ନୂଆଦିଲ୍ଲୀ : ଦିଲ୍ଲୀ ଏମସିଡି ନିର୍ବାଚନରେ ବିଜୟ ହାସଲ କରିଛି ଆପ । ବିଜୟ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆପଣମାନେ ଏଏପିକୁ ଭଲ ପାଉଛନ୍ତି, ମୁଁ ମଧ୍ୟ ଆପଣଙ୍କୁ ଭଲ ପାଉଛି ବୋଲି ସେ କହିଛନ୍ତି। ଏହା ସହିତ ସେ ଦିଲ୍ଲୀକୁ ସଫା କରିବା ପାଇଁ ବିରୋଧୀ ଭାଜପା ଏବଂ କଂଗ୍ରେସର ସହଯୋଗ ଲୋଡ଼ିଛନ୍ତି।
୧୫ ବର୍ଷର କ୍ଷମତାସୀନ ଭାଜପା ସରକାର ବଦଳରେ ଏମସିଡିରେ ଲୋକେ ନିଷ୍ଠାପର ସରକାରକୁ ଚୟନ କରିଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ବର୍ତ୍ତମାନ୧୩୦ ଟି ସିଟ ପାଇଥିବା ଜଣାପଡିଛି। ଏଥିସହିତ ୧୦୫ ଟି ସିଟ ବିଜେପି ଆକାଉଣ୍ଟକୁ ଯାଉଛି। କଂଗ୍ରେସ ୧୧ ଟି ଆସନ ପାଇଛି ଏବଂ ଅନ୍ୟମାନେ ୫ ଟି ଆସନ ପାଇଛନ୍ତି।
କିନ୍ତୁ ଏମସିଡିର ଯୁଦ୍ଧ କେବଳ ଏହା ସହିତ ସମାପ୍ତ ହୋଇନାହିଁ। ବିଜୟ ପରେ ଏଏପି ମେୟର ପାଇଁ କେଜରିଓ୍ବାଲଙ୍କୁ ପର୍ଦ୍ଦାପଛରେ ଖେଳ ଖେଳିବାକୁ ପଡିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି॥
