ଦ୍ଵିତୀୟ ଦିନିକିଆ; ନିରାଶ କଲେ ଭାରତୀୟ ବୋଲର, ମେହଦୀଙ୍କ ବିସ୍ଫୋରକ ଶତକ ବଳରେ ୨୭୨ ରନର ବିଜୟଲକ୍ଷ୍ୟ ରଖିଲା ବାଂଲାଦେଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଥମ ଦିନିକିଆ ଭଳି ବଂଲାଦେଶ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ବୋଲର ନିଜ ସମର୍ଥକ ମାନଙ୍କୁ ନିରାଶ କରିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଏକଦା ୬୯ରେ ୬ ୱିକେଟ ହରାଇଥିଲେ ମଧ୍ୟ ଜବରଦସ୍ତ କମବ୍ୟାକ୍‌ କରିଛି। ମେହଦି ହସନ ମିରାଜଙ୍କ ବିସ୍ଫୋରକ ଶତକ ବଳରେ ଭାରତ ସାମ୍ନାରେ ୨୭୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ । ସଙ୍କଟରେ ପଡିଥିବା ବାଂଲାଦେଶ ପାଇଁ ସଙ୍କଟମୋଚକ ସାଜିଥିଲେ ଉଭୟ ମହମ୍ମଦୁଲ୍ଲା ଓ ମେହଦୀ ହସନ । ଉଭୟଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ଦଳକୁ କେବଳ ସଙ୍କଟରୁ ଉଦ୍ଧାର କରିନଥିଲା ବରଂ ଟିମ୍ ଇଣ୍ଡିଆ ସାମ୍ନାରେ ଏକ ବିଶାଳ ବିଜୟଲକ୍ଷ୍ୟ ରଖିବାରେ ସକ୍ଷମ ହୋଇଥିଲା ବାଂଲାଦେଶ ।

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ପ୍ରଥମରୁ ହିଁ ଝଟକା ଲାଗିଥିଲା । ନିୟମିତ ବ୍ୟବଧାନରେ ୱିକେଟ ହରାଇ ସଙ୍କଟରେ ପଡିଥିଲା ବାଂଲାଦେଶ । ତେବେ ପ୍ରଥମ ଦିନିକିଆର ହିରୋ ମେହଦୀ ହସନ ଓ ମହମ୍ମଦୁଲ୍ଲାଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ କେବଳ ବାଂଲାଦେଶକୁ ବିପର୍ଯ୍ୟୟରୁ ରକ୍ଷା କରିନଥିଲା ବରଂ ଭାରତୀୟ ବୋଲରଙ୍କ ନିଦ ହଜାଇ ଦେଇଥିଲା । ଗୋଟିଏ ପଟେ ମହମ୍ମଦୁଲ୍ଲା ବେଶ ସତର୍କତାର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ମେହଦୀ ହସନ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ ଜାରି ରଖିଥିଲେ । ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଶତକ ହାସଲ କରିବା ସହ ଭାରତ ସାମ୍ନାରେ ୨୭୨ ରନର ବିଜୟଲକ୍ଷ୍ୟ ରଖିଥିଲା । ଶେଷ ୫ ଓଭରରେ ଟିମ୍ ଇଣ୍ଡିଆ ୬୮ ରନ୍ ବ୍ୟୟ କରିଥିବା ବେଳେ ମାତ୍ର ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଥିଲା ।

Related Posts