ମୁଖ୍ୟମନ୍ତ୍ରୀ କାଠଗଡ଼ ଭଳି ବସିଛନ୍ତି, କିଛି ବୁଝି ପାରୁନାହାନ୍ତି: ଜୟନାରାୟଣ ମିଶ୍ର

ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ବିଜେଡି ବିଧାୟକ ସୌମ୍ୟରଞ୍ଜନଙ୍କ ଉକ୍ତିକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବିଧାନସଭା ଶୂନ୍ୟକାଳରେ ସୌମ୍ୟଙ୍କ ଉକ୍ତି ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଗୃହ ବାହାରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ସେ ବର୍ଷିଛନ୍ତି। ଏ ସରକାରକୁ ପ୍ରକୃତରେ କିଏ ଚଳାଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ। କେବଳ ବିରୋଧୀ ମାନେ ନୁହଁ ବରଂ ଶାସକ ଦଳର ସଦସ୍ୟମାନେ ମଧ୍ୟ ଏହି ପ୍ରଶ୍ନ କଲେଣି ବୋଲି ସେ କହିଛନ୍ତି ।

ଜୟନାରାୟଣ କହିଛନ୍ତି ଯେ, ସରକାରଙ୍କ ମନ୍ତ୍ରୀମାନଙ୍କଠୁ ସଚିବମାନେ ଅଧିକ କ୍ଷମତାଶାଳୀ। ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କ ସେକ୍ରେଟେରୀ କିଏ ଜଣେ ସୁପର ଚିଫ ମିନିଷ୍ଟାର ଅଛନ୍ତି। ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି। ବୁକ ସର୍କୁଲାର-47କୁ କୌଣସି ଅଫିସର ମାନୁନାହାନ୍ତି । କନସଲଟାଣ୍ଟମାନେ ସରକାରର ମାଲିକ ହୋଇ ଗଲେଣି ।କନସଲଟାଣ୍ଟମାନେ ବିଭନ୍ନ ବିଭାଗ ଦାୟିତ୍ୱରେ ରହିଛନ୍ତି। ବିଚିତ୍ର ଭାବରେ ଏ ସରକାର ଚାଲୁଛି। ମୁଖ୍ୟମନ୍ତ୍ରୀ କେବଳ ଦାରୁ ଭୁତ ମୁରାରୀ ହୋଇ କେବଳ ଏକ କାଠଗଡ଼ ଭାବରେ ବସିଛନ୍ତି । କିଛି କଥାକୁ ସେ ବୁଝିପାରୁନାହାନ୍ତି କେବଳ କ୍ଷମତାରେ ରହିବ ଛଡା ତାଙ୍କୁ କିଛି ବୁଦ୍ଧି ଦିଶୁନାହିଁ ବୋଲି ଜୟନାରାୟଣ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ କି ରାଜ୍ୟରେ ମନ୍ତ୍ରୀ ଓ ଅଫିସରଙ୍କ ମଧ୍ୟରେ କିଏ ଅଧିକ କ୍ଷମତାଶାଳୀ ସେନେଇ ବିତର୍କ ଛାଲିଛି। ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ଭବପର ହେଉନାହିଁ । ଅଫିସର ମାନେ ବୁକ୍ ସର୍କୁଲାର ମାନୁନାହାନ୍ତି। ଏହାକୁ ନେଇ ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ।

Related Posts