ମେକ୍‌ ଇନ୍ ଓଡିଶା କନକ୍ଲେଭ ମହିଳା ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ଲାଗି ସ୍ଥାପନ ହେବ ଶିଳ୍ପ ପାର୍କ । ମହିଳା ଉଦ୍ୟୋଗୀଙ୍କ ପାଇଁ ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ ଇଣ୍ଡଷ୍ଟ୍ରି ପାର୍କ । ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ର ଚତୁର୍ଥ ଦିନରେ ଆୟୋଜିତ ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେଇ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡରସନକୁ କୋଟିଏ ଟଙ୍କାର ରିଭଲଭିଙ୍ଗ ଫଣ୍ଡ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ପ୍ରତି ବ୍ଲକ ସ୍ତରୀୟ ଫେଡରେସନକୁ ୫୦ ଲକ୍ଷ ଟଙ୍କା ରିଭଲଭିଙ୍ଗ ଫଣ୍ଡ ଦିଆଯିବ । ପଞ୍ଚାୟତସ୍ତରୀୟ ମିଶନ୍ତି ଶକ୍ତି ଫେଡରେସନ ଲାଗି ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସରେ ଘର ଯୋଗାଇ ଦିଆଯିବ । ମହିଳା ଉଡ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ବ ବଜାରରେ ପହଞ୍ଚାଇବାକୁ ଇ-କମର୍ସ ବ୍ୟବସ୍ଥା ଆରମ୍ଭ ହେଇଛି । ଏଥିଲାଗି ଆଜି ଫ୍ଲିପକାର୍ଟ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି ମିଶନ ଶକ୍ତି ବିଭାଗ । ସେହିପରି ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା ପାଇଁ ୱାଲ୍ଡଫିସ, ଚାଉଳର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ IRRI, ଚିନାବାଦାମ ର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ ICRI SAT ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ।

ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅନୁଷ୍ଠିତ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ, ୨୦୦୧ ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା ମାନଙ୍କର ଏକ ମହାଶକ୍ତି ହୋଇଛି ।କେବଳ ସେତିକି ନୁହେଁ ମିଶନ ଶକ୍ତିକୁ ଆହୁରି ଶକ୍ତିଶାଳୀ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Posts