ଶିଶୁ ଯତ୍ନ ଛୁଟି ବାତିଲ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା ବିଚାରପତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) ଜଣେ ମହିଳା ଅତିରିକ୍ତ ଜିଲ୍ଲା ବିଚାରପତି ସୁପ୍ରିମକୋର୍ଟରେ ତାଙ୍କ ଶିଶୁର ଯତ୍ନ ପାଇଁ କରିଥିବା ଛୁଟି (Child Care Leave) ଆବେଦନ ପ୍ରତ୍ୟାଖ୍ୟାନ ହେବାପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମୁଖ୍ୟ ବିଚାରପତି ବି.ଆର୍. ଗଭାଇ ଏବଂ ବିଚାରପତି ଏଜି ମସିହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ମହିଳା ବିଚାରପତିଙ୍କ ଓକିଲ ଉଲ୍ଲେଖ କରିଛନ୍ତି ଯେ, ‘ସେ ଜଣେ ଏକାକୀ ଅଭିଭାବକ ଏବଂ ତାଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିବାରୁ ସେ ଜୁନ୍ ରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଶିଶୁ ଯତ୍ନ ଛୁଟି ମାଗିଥିଲେ। ଏହାପରେ ମୁଖ୍ୟ ବିଚାରପତି ପଚାରିଥିଲେ ଯେ କାହିଁକି ଛୁଟି ପ୍ରତ୍ୟାଖ୍ୟାନ କରାଗଲା, ଯାହାର ଓକିଲ ଉତ୍ତର ଦେଇଥିଲେ, “କୌଣସି କାରଣ ନାହିଁ ମାଇଲର୍ଡସ୍”। ଏହା ଶୁଣିବା ପରେ କୋର୍ଟ ଖୁବ୍ ଶୀଘ୍ର ମାମଲାକୁ ତାଲିକାଭୁକ୍ତ କରିବାକୁ ରାଜି ହୋଇଛନ୍ତି।

Related Posts