ନୂଆଦିଲ୍ଲୀ: ଭାରତ ପାଇଁ କଣ୍ଟା ସାଜିଲା ଚୀନ୍ । ପୁଣିଥରେ ଭାରତ ଜାତିଂସଘରେ ଆଣିଥିବା ପ୍ରସ୍ତାବ ଉପରେ ରୋକ୍ ଲାଗାଇଛି ଚୀନ୍ । ଭିଟୋ ପାୱାର ର ବ୍ୟବହାର କରି ଚୀନ୍ ଭାରତ ଓ ଆମେରିକାର ପ୍ରସ୍ତାବରେ ରୋକ ଲଗାଇଚି । ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଇ ତାଇବା(ଏଲ୍ଇଟି)ର ଆତଙ୍କବାଦୀ ସହିଦ ମହମ୍ମଦଙ୍କୁ ଗ୍ଲୋବାଲ ଟେରୋରିଷ୍ଟ(ବିଶ୍ୱ ଆତଙ୍କବାଦୀ) ଘୋଷଣା କରିବାକୁ ଭାରତ ଓ ଜାତିସଂଘରେ ପ୍ରସ୍ତାବ ଆଣିଥିଲେ।

ହେଲେ ଚୀନ ଏହା ଉପରେ ରୋକ୍ ଲଗାଇଛି। ଚୀନ ପ୍ରଥମ ଥର ପାଇଁ ଏପରି କରିନି। ଏହାକୁ ମିଶାଇ ୪ଥର ଚୀନ ବିଶ୍ୱଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଅଟକାଇଛି ଚୀନ। ଭିଟୋ ପାୱାର ବ୍ୟବହାର କରି ବାରମ୍ବାର ଭାରତର ପ୍ରସ୍ତାବକ ଉଦ୍ଦେଶମୂଳକ ଭାବେ ଚୀନ ଅଟକାଉଛି।

ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲକାଏଦା ପ୍ରତିବନ୍ଧକ କମିଟି ଅଧୀନରେ ମହମ୍ମଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ଓ ଭାରତ ପ୍ରସ୍ତାବ ଆଣିଥିଲେ। ଚୀନ ଏହି ପ୍ରସ୍ତାବ ଉପରେ ରୋକ ଲଗାଇଛି। ତେବେ ଚୀନ ଜାତିସଂଘ ପ୍ରସ୍ତାବକୁ ବାରମ୍ବାର ଅଟକାଉଥିବା ବେଳେ ଆମେରିକ ଟ୍ରେଜେରି ଡିପାର୍ଟମେଣ୍ଟ କିନ୍ତୁ ମହମ୍ମଦକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିସାରିଛି। ଡିସେମ୍ବର ୨୦୧୬ରେ ଆମେରିକା ଏହି ଘୋଷଣା କରିଥିଲା।