ଆମେରିକାର କୋଭିଡ ରିଲିଫ ଫଣ୍ଡରୁ ୨ କୋଟି ଡଲାର ଉଡାଇ ନେଲେ ଚୀନର ସରକାର ହ୍ୟାକର

ନୂଆଦିଲ୍ଲୀ: ଚୀନର ସରକାର ହ୍ୟାକର ଆମେରିକାର କୋଭିଡ ରିଲିଫ ଫଣ୍ଡରେ ବୁଲାଇଲେ କଳାକନା । ୨ କୋଟି ଡଲାର (୨୦ ମିଲିୟନ) ଉଡାଇ ନେଇଛନ୍ତି ହ୍ୟାକର। ଏନବିସି ମଙ୍ଗଳବାର ନିଜର ରିପୋର୍ଟରେ ଏହି ସୂଚନା ଦେଇଛି । ଏହା ଅନୁସାରେ, ଆମେରିକାକୁ ଚୂନ ଲଗାଇଥିବା ହ୍ୟାକର ଚୀନର ଜିନପିଙ୍ଗ ସରକାର ପାଇଁ କାମ କରୁଛନ୍ତି ।

ଏନବିସି ନ୍ୟୁଜର ରିପୋର୍ଟ ଅନୁସାରେ APT41 ନାମକ ଏକ ହ୍ୟାକିଂ ଗ୍ରୁପ କୋଭିଡ ରିଲିଫ ଫଣ୍ଡରୁ ଅତି କମରେ ୨୦ ମିଲିୟନ ଡଲାର ଚୋରି କରିଛି । ରିପୋର୍ଟ ଅନୁସାରେ ଏହି ଚୋରି ୨୦୨୦ ମସିହା ମଧ୍ୟ ଭାଗରେ ହୋଇଥିଲା ଏବଂ ପ୍ରାୟ 2000 ଖାତାରୁ ଚୋରି କରାଯାଇଥିଲା । ଏହି ସମୟରେ ୪୦,୦୦୦ରୁ ଅଧିକ ଆର୍ଥିକ ନେଣଦେଣ ହୋଇଛି।

ହ୍ୟାକରଙ୍କ ଏହି ଗ୍ରୁପ ଚୀନର ଚେଙ୍ଗଦୁରୁ ପରିଚାଳିତ ହେଉଛି । ଅଧିକାରୀମାନେ କହିଛନ୍ତି ଯେ ମହାମାରୀ ସମୟରେ ହୋଇଥିବା ଧୋକା ସମ୍ପର୍କୀୟ ତଦନ୍ତରେ ଏଥିରେ ବିଦେଶୀ ହ୍ୟାକରଙ୍କ ହାତ ଥିବା ଜଣାପଡିଛି । ରିପୋର୍ଟରେ କୁହାଯାଇଛି ଯେ ଚୀନର ସରକାରୀ ହ୍ୟାକର ଅନ୍ୟ ଦେଶର ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରୁଛନ୍ତି।

Related Posts