ଭାରତରେ ବ୍ୟାନ ହେବ ଚାଇନିଜ୍ ମୋବାଇଲ୍ !

ନୂଆଦିଲ୍ଲୀ: ଚାଇନିଜ୍ ଆପ୍ ପରେ ଏବେ ମୋବାଇଲ କମ୍ପାନି ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ସରକାର । ୧୨ ହଜାରରୁ କମ ମୂଲ୍ୟର ଚାଇନିଜ୍ ଫୋନକୁ ଭାରତରେ ବ୍ୟାନ କରିବା ନେଇ ସରକାର ଚିନ୍ତା କରୁଥିବା ସୂଚନା ମିଳିଛି । ବ୍ଲୁମବର୍ଗର ଏକ ରିପୋର୍ଟର ଅନୁସାରେ, ସରକାରଙ୍କ ଏହି ନିଷ୍ପତ୍ତି ଲାଭା, ମାଇକ୍ରୋମ୍ୟାକ୍ସ ପରି ଘରୋଇ କମ୍ପାନିକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଛି ।

ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ Xiaomi, Vivo, Oppo, Poco, Redmi, Realme ପରି କମ୍ପାନିକୁ ବଡ ଝଟକା ଦେବ । ତେବେ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କିମ୍ୱା ଚୀନ କମ୍ପାନି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ବାୟନ ସାମନାକୁ ଆସି ନାହିଁ ।

ସରକାରଙ୍କ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ, ଏଣ୍ଟ୍ରି ଲେଭଲ ସେଗମେଣ୍ଟରେ ଘରୋଇ କମ୍ପାନିଙ୍କ ଦବଦବା ବଜାୟ ରଖିବା । ଉଲ୍ଲେଖଯୋଗ୍ୟ ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ସ୍ମାର୍ଟଫୋନ ବଜାର, କିନ୍ତୁ ଏହା ଚାଇନିଜ କମ୍ପାନି କବଜାରେ ରହିଛି । ଘରୋଇ କମ୍ପାନି ଗୁଡିକ ଏହି ଚାଇନିଜ କମ୍ପାନି ଗୁଡିକୁ ଟକ୍କର ଦେଇ ପାରୁ ନାହାନ୍ତି ।

ବଜାର ଉପରେ ନଜର ରଖୁଥିବା ଫାର୍ମା କମ୍ପାନି ଅନୁସାରେ, ୨୦୨୨ ଜୁନ ସୁଦ୍ଧା ତ୍ରୟମାସିକ ବିକ୍ରିରେ ୧୫୦ ଡାଲରୁ କମ ଟଙ୍କା ସ୍ମାର୍ଟଫୋନର ଯୋଗଦାନ ଏକ ତୃତୀୟଂଶ ରହିଛି । ଏଥିରେ ଚାଇନିଜ୍ କମ୍ପାନିଙ୍କ ଶିପମେଣ୍ଟ ୮୦ ପ୍ରତିଶତ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଚୀନର ମୋବାଇଲ କମ୍ପାନି Xiaomi, Vivo, Oppo ଆୟକର ବିଭାଗର ନଜରରେ ରହିଛି । ଏହି କମ୍ପାନି ଗୁଡିକ ଉପରେ ଟିକସ ଚୋରିର ଅଭିଯୋଗ ରହିଛି ।

Related Posts