ଚିଟଫଣ୍ଡ ଦୁର୍ନୀତି ମାମଲା; ଆମିକସ କ୍ୟୁରି ନିଯୁକ୍ତ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଚିଟଫଣ୍ଡ ଦୁର୍ନୀତି ମାମଲାରେ ଆଜି ସୁପ୍ରମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ବେଳେ କାଉଣ୍ଟର ଆଫିଡେଭିଡ୍ ଦାଖଲ କରିବା ପାଇଁ ଦୁଇ ସପ୍ତାହର ସମୟ ମାଗିଛି ସିବିଆଇ । ଆସନ୍ତା ନଭେମ୍ୱର ୨୫ ମଧ୍ୟରେ କାଉଣ୍ଟର ଆଫିଡେଭିଡ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ ଏମ.ଆର.ଶାହ ଏବଂ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ସାମ୍ୱିଧାନିକ ଖଣ୍ଡପୀଠର ମାମଲାର ଶୁଣାଣି କରିଛନ୍ତି ।

ଏହାସହ ଏହି ମାମଲାରେ କୋର୍ଟ ମିତ୍ର ବା ଆମିକସ କ୍ୟୁରି ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ କ୍ୟୁରି ଭାବେ କୋର୍ଟ ନିଯୁକ୍ତି ଦେଇଛନ୍ତି । ଚିଟ୍ ଫଣ୍ଡ ମାମଲାରେ ପିଟିସନ ଦାଖଲ କରିଥିବା ସାନଜସେବୀ ପିନାକ ମହାନ୍ତିଙ୍କ ଭୂମିକାକୁ ନେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପ୍ରଶ୍ନ କରିବା ସହ ଆମିକସ କ୍ୟୁରି ନିଯୁକ୍ତି ଦେବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ । ଆସନ୍ତା ଡିସେମ୍ୱର ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି।

Related Posts