ଜାମନଗର ଉତ୍ତର ଆସନରୁ ନାମାଙ୍କନ ଭରିଲେ ରିଭାବା, ପତ୍ନୀଙ୍କ ପାଇଁ ଭିଡ଼ିଓ ଜାରି କରି ଭୋଟ ମାଗିଲେ ରବୀନ୍ଦ୍ର ଜାଡେଜା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଏବେ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ନିର୍ବାଚନ ଦିନ ଯେତିକି ପାଖଉଛି ପ୍ରାର୍ଥୀ ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ ଜାରି ରଖିଛନ୍ତି । ଏହାରି ଭିତରେ କ୍ରିକେଟର ରବୀନ୍ଦ୍ର ଜାଡେଜା ତାଙ୍କ ପତ୍ନୀଙ୍କୁ ଭୋଟ ଦେଇ ଜିତେଇବାକୁ ଭୋଟରଙ୍କୁ ଅପିଲ କରିଛନ୍ତି । ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ବିଜେପି ଜାମନଗରରୁ ପ୍ରାର୍ଥୀ କରିଛି । ଗୁଜୁରାଟୀରେ ଜାଡେଜା ଏକ ଭିଡିଓ କରି ତାଙ୍କ ପତ୍ନୀଙ୍କୁ ଭୋଟ ଦେବାପାଇଁ ଅପିଲ କରିଛନ୍ତି ।

ସେପଟେ ଆଜି ଜାମନଗର ଉତ୍ତର ବିଧାନସଭାରୁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜା ତାଙ୍କ ପତ୍ନୀ ରିଭାବା ଜାଡେଜା। ଏହା ପୂର୍ବରୁ ଜାଡେଜା ଏକ ଭିଡିଓ କରି ଟ୍ବିଟ କରିଛନ୍ତି । ଯେଉଁଥିରେ ଜାମନଗରବାସୀଙ୍କୁ ରିଭାବାଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି । କେବେଳ ଜାମନଗରବାସୀ ନୁହେଁ ସମସ୍ତ କ୍ରିକେଟପ୍ରେମୀଙ୍କୁ ମଧ୍ୟ ରିଭାବାଙ୍କୁ ସମର୍ଥନ କରିବାକୁ ସେ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ଗୁୁଜୁରାଟ ବିଧାନସଭା ନିର୍ବାଚନ ଟି-ଟ୍ବେଣ୍ଟି କ୍ରିକେଟ ପରି ଆଗକୁ ବଢୁଛି । ମୋର ପ୍ରିୟ ଜାମନଗରବାସୀ ଏବଂ ସମସ୍ତ କ୍ରିକେଟପ୍ରେମୀ, ଆପଣ ସମସ୍ତେ ଜାଣିଛନ୍ତି ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋବାକୁ ଯାଉଛି । ମୋ ପତ୍ନୀ ରିଭାବାଙ୍କ ଉପରେ ବିଜେପି ଭରସା କରି ଜାମନଗରରୁ ପ୍ରାର୍ଥୀ କରିଛି । ଆଜି ସେ ନାମାଙ୍କନ ଭରିଛନ୍ତି । ମୋର ପତ୍ନୀଙ୍କ ବିଜୟ ଆପଣ ସସସ୍ତ ଜାମନଗରବାସୀଙ୍କ ହାତରେ ବୋଲି ସେ କହିଛନ୍ତି।

ତେବେ ବିଜେପିର ପୂର୍ବତନ ବିଧାୟକ ଧର୍ମେନ୍ଦ୍ର ସିଂହଙ୍କ ସ୍ଥାନରେ ଜାମନଗରରୁ ପ୍ରାର୍ଥୀ ହୋଇଛନ୍ତି ରିଭାବା ଜାଡେଜା । ଧର୍ମେନ୍ଦ୍ର ସିଂହଙ୍କୁ ବିଜେପି ଏଥରେ ଟିକେଟ ଦେଇନାହିଁ ତାଙ୍କ ସ୍ଥାନରେ ରିଭାବା ଜାଡେଜାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୦ ତାରିଖରେ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିିଥିଲା ବିଜେପି । ଏଥିରେ ଜାମନଗରରୁ ରିଭାବାକୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ତେବେ ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ୨୦୧୯ରେ ବିଜେପିରେ ମିଶିଥିଲେ । ଆସନ୍ତା ବିଧାନସଭା ନିର୍ବାଚନରେ ଜାଡେଜାଙ୍କ ପତ୍ନୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ଜାମନଗର ଉତ୍ତରୁ ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଟିକେଟ ଦେଇଛି ବିଜେପି ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୧ରେ ଗୁଜରାଟର ୮୯ଟି ଆସନ ପାଇଁ ଭୋଟିଂ ହେବ । ସେହିପରି ୫ ତାରିଖରେ ବାକି ୯୩ଟି ଆସନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଡିସେମ୍ବର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

Related Posts