ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଚିତ୍ତରଞ୍ଜନ ତ୍ରିପାଠୀ ହୋଇଛନ୍ତି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ନୂଆ ନିର୍ଦ୍ଦେଶକ । ଦିଲ୍ଲୀରେ ଥିବା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ଏହି ପଦ ପାଇବାରେ ସେ ପ୍ରଥମ ଓଡ଼ିଆ । ଚିତ୍ତରଞ୍ଜନ ଏକାଧାରରେ ଜଣେ ଅଭିନେତା, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଗୀତକାର, ଗାୟକ, ନିର୍ଦ୍ଦେଶକ ଓ ପ୍ରଯୋଜକ।

ସେ ଓଡ଼ିଆ ଫିଲ୍ମ ଧଉଳି ଏକସପ୍ରେସ ଓ ମୁଖ୍ୟମନ୍ତ୍ରୀର ନିର୍ଦ୍ଦେଶକ ଅଟନ୍ତି। ବହୁ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି । ଧଉଳି ଏକସପ୍ରେସ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଚିତ୍ତରଞ୍ଜନ ବହୁ ହିନ୍ଦି ସିରିଏଲ,ଫିଲ୍ମ, ୱେବ ସିରିଜରେ ଅଭିନୟ କରିଛନ୍ତି । ନେଟଫ୍ଲିକ୍ସର ସାକ୍ରେଡ ଗେମ୍‌ର ତ୍ରିବେଦୀ ଚରିତ୍ର ପାଇଁ ସେ ସାରା ଦେଶରେ ବେଶ ଜଣାଶୁଣା ।

Related Posts