ରୋଚକ ମୋଡରେ ଧର୍ମଶାଳା ପଲିଟିକ୍ସ; ବିଜେପି ଘରେ ନିଆଁ, ବଳବନ୍ତରାୟଙ୍କ ହାତ ଫୋଟକା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶଳା ନିର୍ବାଚନ ମଣ୍ଡଳୀରେ ଏବେ ରୋଚକ ସ୍ଥିତି | ବିଜେଡି ଏଠାରୁ ବର୍ତ୍ତମାନ ବିଧାୟକ ଥିବା ପ୍ରଣବ ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପିର ପ୍ରାର୍ଥୀ ହୋଇଛନ୍ତି ସ୍ମୃତିରେଖା ପହି | ଆଉ ପହିଙ୍କୁ ପ୍ରାର୍ଥୀ ଘୋଷଣା ପରେ ଏଠାରୁ ଟିକେଟ ଦାବିରେ ସବୁଠାରୁ ଆଗରେ ଥିବା ହିମାଂଶୁ ଶେଖର ସାହୁଙ୍କ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି | ବିଜେପିର ଟିକେଟ ରେସରୁ ଏକପ୍ରକାର ଆଉଟ ହୋଇଯାଇଥିବା ସ୍ମୃତିରେଖା ପହିଙ୍କୁ ଦଳ ପ୍ରାର୍ଥୀ କରିବା ଏବେ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀଙ୍କ ଠାରୁ ନେଇ ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକିତ କରିଛି | ହିମାଂଶୁଙ୍କ ଟିକେଟ କାଟି ପହିଙ୍କୁ ବିଜେପି ପ୍ରାର୍ଥୀ କରିବା ପଛରେ ବିଜେଡି ପ୍ରାର୍ଥୀ ଜିତୁଙ୍କର ହାତ ଥିବା ଏବେ ଚାରିଆଡେ ଚର୍ଚ୍ଚା ହେଉଛି | ଅନେକଙ୍କ କହିବା କଥା ହିମାଂଶୁ ଚଳିତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିଲେ, ବଳବନ୍ତରାୟଙ୍କୁ ପାଣି ପିଆଇଥାନ୍ତେ | ତେଣୁ ଭିତିରିଆ ବିଜେପିର ଉପର ସ୍ତରରେ ଧର୍ମଶାଳା ଟିକେଟ ଫିକ୍ସିଂ ହୋଇଛି ବୋଲି ଚର୍ଚ୍ଚା ହେଉଛି |

କାରଣ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଥିବା ଡଙ୍କାରୀ ପାହାଡ଼ ଠାରୁ ଆରମ୍ଭ କରି, ବିଛଖଣ୍ଡୀ ପଥର ଖାଦାନରେ ହୋଇଥିବା ଶହ ଶହ କୋଟି ଦୁର୍ନୀତିର ଅଭିଯୁକ୍ତମାନଙ୍କର ସୁରକ୍ଷାଦାତା ନିଜେ ଜିତୁ ହୋଇଥିବା ଚର୍ଚ୍ଚା ହେଉଛି | ଏପରିକି ଧର୍ମଶାଳାରେ ସରକାରୀ ଟେଣ୍ଡରରେ ହେଉଥିବା ଯାବତୀୟ ସ୍କାମ ଗୁଡିକର ସ୍କାମଷ୍ଟାରମାନେ ବଳବନ୍ତରାୟଙ୍କ ବାହୁ ଛାୟା ତଳେ ପ୍ରତିପାଳିତ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି | ତେଣୁ ଜିତୁଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ଭିତରେ ଭିତରେ ଜୋରଦାର ବିରୋଧ ରହିଛି | ଆଉ ହିମାଂଶୁ ଟିକେଟ ପାଇଥିଲେ ଏସବୁ ପ୍ରସଙ୍ଗ ଦାନା ଧରିଥାନ୍ତା | ତେଣୁ ହିମାଂଶୁଙ୍କୁ କିଭଳି ଟିକେଟ ନମିଳିଵ ଜିତୁ ସେନେଇ ଫିକ୍ସିଂ କରିଥିବା କୁହାଯାଉଛି |

ଅନ୍ୟପଟେ ଟିକେଟ କଟିବା ପରେ ଧର୍ମଶାଳାରେ ହିମାଂଶୁଙ୍କ ପ୍ରତି ସିମ୍ପାଥି ବଢ଼ିବାରେ ଲାଗିଛି | ସେହିପରି ପହିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ହିମାଂଶୁଙ୍କ ସମର୍ଥକ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟକୁ ଏକପ୍ରକାର ଘେରାବନ୍ଦୀରେ ରଖିବା ସହ ହିମାଂଶୁଙ୍କ ପାଇଁ ଟିକେଟ ଦାବି କରିଥିଲେ | ଆଉ ଏବେ ବିଜେପି ହାଇକମାଣ୍ଡ ଧର୍ମଶାଳାରେ ପ୍ରାର୍ଥୀ ବଦଳାଇବା କଥା ଚିନ୍ତା କରୁଥିବା କୁହାଯାଉଛି | ଯଦି ଧର୍ମଶାଳାରୁ ପହିଙ୍କୁ ବାଦ ଦେଇ ହିମାଂଶୁଙ୍କୁ ବିଜେପି ଟିକେଟ ମିଳେ ତାହେଲେ ଏହା ଜିତୁଙ୍କ ପାଇଁ ଡବଲ ଝଟକା ହେବ | ହିମାଂଶୁଙ୍କ ରିଏଣ୍ଟ୍ରି ଜିତୁଙ୍କର ବଡ଼ କ୍ଷତି କରିବ ବୋଲି କୁହାଯାଉଛି | ଯାହା ବିଜେଡି କ୍ୟାମ୍ପର ଟେନସନ ବଢ଼ାଇଥିବା ବେଳେ ହିମାଂଶୁ ମୈଦାନକୁ ଫେରିଲେ ଧର୍ମଶାଳାରେ ଧର୍ମଯୁଦ୍ଧ ହେବ ବୋଲି କୁହାଯାଉଛି |

Related Posts