କେନ୍ଦ୍ରକୁ SCଙ୍କ ନୋଟିସ

CAAର ବୈଧତା ଯାଞ୍ଚ କରିବେ ସୁପ୍ରିମ କୋର୍ଟ

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ୍ । ଆଇନର ବୈଧତା ପରୀକ୍ଷା କରିବେ କୋର୍ଟ । ଜାନୁଆରି 22ରେ ଏହି ମାମଲାର ହେବ ଶୁଣାଣି । କୋର୍ଟଙ୍କ କହିବା କଥା ଏହି ଆଇନ ଉପରେ ରହିତାଦେଶ ଲଗାଯାଇ ପାରିବ କି ନାହିଁ ତାହା ଦେଖିବାକୁ ହେବ ।

ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ୍

ନାଗରିକତା ସଂଶୋଧନ ଆଇନର ବୈଧତା ଯାଞ୍ଚ କରିବେ ସୁପ୍ରିମ କୋର୍ଟ

ଜାନୁଆରି 22ରେ ହେବ ଶୁଣାଣି

ନାଗରିକତା ସଂଶୋଧନ ଆଇନକୁ ଅଧିକାଂଶ ଛାତ୍ରଛାତ୍ରୀବିରୋଧ କରୁଛନ୍ତି

CAA ବିରୋଧରେ ସୁପ୍ରିମ କୋର୍ଟରେ ହୋଇଛି 59ଟି ମାମଲା

ଯଦିଓ ଏବେ ଆଇନ ଉପରେ କୌଣସି ରୋକ୍‌ ଲଗାଯାଇ ନାହିଁ ତଥାପି ଏହାକୁ ନେଇ ସାରା ଦେଶରେ ହେଉଥିବା ବିରୋଧ ଉପରେ କୋର୍ଟ ଗୁରୁତ୍ବ ଦେବେ ବୋଲି ଜଣାପଡ଼ିଛି । ପୂର୍ବ ସପ୍ତାହରେ ଏହି ଆଇନ ପାସ୍‌ ହେବା ପରଠାରୁ ଉତ୍ତର-ପୂର୍ବ ଭାରତରୁ ଆରମ୍ଭ କରି ଦିଲ୍ଲୀ, ଲକ୍ଷ୍ନୌ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପର୍ଯ୍ୟନ୍ତ  ସୁବଆଡ଼େ ବିରୋଧ ପ୍ରଦର୍ଶନ କରାଯାଉଛି । ଉତ୍ତର-ପୂର୍ବ ଭାରତ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ବିରୋଧ ବେଳେ ହିଂସାକାଣ୍ଡ ମଧ୍ୟ ସାମ୍ନାକୁ ଆସିଛି । ଲୋକମାନେ ଜାତୀୟ ସମ୍ପତ୍ତିକୁ ଜାଳି ପୋଡ଼ି ଛାରଖାର କରୁଥିବା ଦେଖିବାକୁ ମିଳିଛି ।

CAA ବିରୋଧରେ ସୁପ୍ରିମ କୋର୍ଟରେ ହୋଇଛି 59ଟି ମାମଲା

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, ଇଣ୍ଡିଆନ ମୁସ୍‌ଲିମ୍‌ ଲିଗ୍ ଏବଂ ଆସାମ ଗଣ ପରିଷଦ ପକ୍ଷରୁ ସୁପ୍ରିମ କୋର୍ଟରେ CAA ବିରୋଧରେ ମାମଲା ଦାଏର କରାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଆସାମରେ ବିଜେପି ସହ ମେଣ୍ଟ ସରକାରରେ ଥିବା ଆସାମ ଗଣ ପରିଷଦ ଏହି ଆଇନକୁ ବିରୋଧ କରୁଛି । CJIଙ୍କ ନେତୃତ୍ବରେ 3 ଜଣିଆ ଖଣ୍ଠପୀଠ ଏହି ମାମଲା ଉପରେ ଶୁଣାଣି କରିଛନ୍ତି । ଆବେଦନକାରୀଙ୍କ କହିବା କଥା ନାଗରିକତା ଦେବା ପାଇଁ ଧର୍ମକୁ ଆଧାର କରାଯାଇପାରିବ ନାହିଁ । ତେଣୁ ନାଗରିକତା ସଂଶୋଧନ ଆଇନକୁ ସମ୍ବାଧାନ ବିରୋଧୀ ବୋଲି ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଏତଲାରେ ଦର୍ଶାଇଛନ୍ତି ।

CAAରେ କ’ଣ ଅଛି ?

ନାଗରିକତା ସଂଶୋଧନ ଆଇନ କହୁଛି ଡିସେମ୍ବର 31. 2014 ମସିହା ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଆସିଥିବା ହିନ୍ଦୁ, ସିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଇସାଇ ସମ୍ପ୍ରଦାୟ ଲୋକଙ୍କୁ ଆଉ ଅବୈଧ ସରଣାର୍ଥୀ ବୋଲି କୁହାଯିବ ନାହିଁ ବଂର ସେମାନଙ୍କୁ ଭାରତୀୟ ନାଗରିକ କୁହାଯିବ ।

ଦିଲ୍ଲୀ, ଆସାମ ଓ ପଶ୍ଚିମବଙ୍ଗରେ ପୋଡ଼ା ଜଳା

CAAରୁ ମୁସ୍‌ଲିମ ସମ୍ପ୍ରଦାୟକୁ ବାଦ୍‌ ଦିଆଯାଇଥିବାରୁ ଏହି ନୂଆ ଆଇନକୁ ବିରୋଧରେ ଏବେ ସାରା ଦେଶରେ ବିରୋଧ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରଥମରେ ଆସାମ, ପରେ ପଶ୍ଚିମବଙ୍ଗ ଆଉ ଏବେ ଦିଲ୍ଲୀରେ ଆଇନକୁ ବିରୋଧ କଲା ବେଳେ ବ୍ୟାପକ ହିଂସା ହୋଇଛି । ଲୋକମାନେ ପୋଲିସ ଉପରେ ଟେକା ପଥର ମାଡ଼ କରିବା ସହ ଗଡ଼ି ପୋଡ଼ା ଜଳା କରିଛନ୍ତି । ଏପରିକି ହିଂସା ବେଳେ ପୋଲିସ ଗୁଳିରେ ଗୁଆହାଟୀରେ 2 ଆନ୍ଦୋଳନକାରୀଙ୍କ ଜୀବନ ଯାଇଛି । ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ପରେ ମଙ୍ଗଳବାର ସିଲମପୁର ଅଞ୍ଚଳରେ ବିରୋଧ ବେଳେ ହିଂସାକାଣ୍ଡ ଘଟିଛି । ପୋଲିସ ଉପରକୁ ସ୍ଥାନୀୟ ଲୋକମାନେ ଟେକା ପଥର ମାଡ଼ କରିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଟିୟର ଗ୍ୟାସ ମାଡ଼ କରିଥିଲେ ବି ଲୋକମାନେ ନାଗରିକତା ସଂଶୋଧନ ଆଇନ ଏବଂ NRC ବିରୋଧରେ ନାରା ଲଗାଇଥିଲେ ।

CAAକୁ ଶିକ୍ଷାର୍ଥୀଙ୍କ ବିରୋଧ

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ନାଗରିକତା ସଂଶୋଧନ ଆଇନକୁ ଅଧିକାଂଶ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ବିଭିନ୍ନ ବିଶ୍ବବିଦ୍ୟାଳୟରୁ ନୂଆ ଆଇନ ବିରୋଧରେ ସ୍ବର ଉଠିଛି । JNU ପରେ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ଏପରିକି ପୋଲିସ ହଷ୍ଟେଲ ଭିତରେ ପଶି କିଛି ଛାତ୍ରଙ୍କୁ ଉଠାଇ ଆଣିବାରୁ ସୋମବାର ପରିସ୍ଥିିତି ହିଂସାତ୍ମକ ରୂପ ନେଇଛି । ଏହା ପରେ ବିଶ୍ବବିଦ୍ୟାଳୟର ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ କୁଳପତି ଆଗି ଗଣମାଧ୍ୟମରେ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ।

ନାଗରିକତା ସଂଶୋଧନ ଆଇନକୁ ନେଇ ସରଗରମ ରାଜନୀତି

CAA ବିରୋଧରେ ଗତକାଲି ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଏହି ନୂଆ ଆଇନୁକ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ଲଢ଼େଇ । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯାହା ବି ହୋଇଯାଉ ପଛେ ଆଇନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଅମିତ ଶାହଙ୍କ ଏଭଳି ବୟାନକୁ ବିରୋଧୀ ଦଳଗୁଡ଼ିକର ନେତା ଏବଂ ବହୁ ସାମାଜିକ କର୍ମୀ ଏବଂ ବଇନଜୀବୀ ମାନେ ସମାଲୋଚନା କରିଛନ୍ତି ।

Related Posts