କୋଭିଡ୍ ରୋଗୀଙ୍କ ଶବଦାହକୁ ନେଇ, ଗ୍ରାମବାସୀ -ପୁଲିସ ମଧ୍ୟରେ ତୁମୁଳକାଣ୍ଡ : ଆମ ଗାଁରେ କଣ ପାଇଁ କୋଭିଡ୍ ଶବ ପୋଡୁଛ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶର କୋଣ ଅନୁକୋଣକୁ ଏବେ କୋଭିଡ ବିସ୍ତାର କରିସାରିଛି। ସଂକ୍ରମଣ ରେ ପ୍ରାଣ ହାରୁଥିବା ଶବ ଗୁଡିକୁ ଅନ୍ତିମ ସଂସ୍କାର କରିବାକୁ ଯାଗା ମିଳୁନି। ଏପରି ପରିସ୍ଥିତି ରେ ଏକ COVID-19ରେ ମୃତ୍ୟୁ ହୋଇଥିବା ରୋଗୀର ଶବଦାହକୁ ନେଇ ମୟୂରଭଞ୍ଜ ଜିଲ୍ଲାର ସୋନାରିପୋସି ଗାଁର ଲୋକମାନେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ମାଡ ମାରିଥିଲେ ଵୋଲି ସୂଚନା ମିଳିଛି। ଗାଁର ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ଯେ ସେଠାରେ କୌଣସି COVID-19 ମାମଲା ହୋଇନାହିଁ। ତେଣୁ ସ୍ଥାନୀୟ ଲୋକ କହିବା ଅନୁସାରେ ସେଠାରେ ଯଦି ଶବଦାହ କରାଯାଏ ଭାଇରସ ବିସ୍ତାର କରିବାର ସମ୍ଭାବନା ଅଛି। ସେଥିପାଇଁ ଶବଦାହ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଡାକ୍ତରଖାନା ରିପୋର୍ଟ ଅନୁଯାୟୀ, ଜଣେ ବୃଦ୍ଧ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଗାଁର ଏକ ଡାକ୍ତରଖାନାକୁ ଯାଇଥିଲେ। ସେ Covid-19 ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା।ମୟୂରଭଞ୍ଜ ପୋଲିସ ଅଧୀକ୍ଷକ ANI ସହ କଥାବାର୍ତ୍ତା ବେଳେ ସ୍ମିଥ ପାରମାର ସୂଚନା ଦେଇଛନ୍ତିଯେ, ସେ ଏହି ଘଟଣା ବିଷୟରେ ଜାଣିଛନ୍ତି, “ଠାକୁରମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରିଛି। ସାତ ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି” ଵୋଲି କହି ଛନ୍ତି।

Related Posts