ଗର୍ଭବତୀ ମହିଳାଙ୍କ ପାଇଁ ଟୀକା କେତେ ସୁରକ୍ଷିତ ତାହା ଭାରତ ରେ ପରୀକ୍ଷା କରାଯାଇନାହିଁ : ଦୀୟା ମିର୍ଜା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କରୋନାର ଦ୍ବିତୀୟ ଲହର ଏବେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢୁଛି। ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବେ ଚିନ୍ତାର କାରଣ ପଲଟିଛି । କାହାକୁ ଡାକ୍ତରଖାନାରେ ବେଡ୍ ମିଳୁନି ତ ପୁଣି ଅମ୍ଳଜାନ ଅଭାବରେ କାହାର ଜୀବନ ଚାଲିଯାଉଛି । ତେବେ ଏଭଳି ସଙ୍କଟ ସମୟରେ ବଲିଉଡର ଅନେକ ସେଲିବ୍ରିଟି ସହାୟତାର ହାତ ବଢାଇଛନ୍ତି। କରୋନା ରୋଗୀଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଏବଂ ଡାକ୍ତରଖାନାରେ ବେଡ୍ ର ବ୍ୟବସ୍ଥା କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଫଣ୍ଡ୍ ଯୋଗାଡ କରୁଛନ୍ତି। ବି-ଟାଉନ୍ ର ସେଲିବ୍ରେଟୀ ମାନେ ଟୀକାକରଣ ପାଇଁ ଲୋକଙ୍କୁ ଅପିଲ୍ କରୁଛନ୍ତି। ଏହା ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା ଗର୍ଭବତୀ ମହିଳାଙ୍କ ଉପରେ ଟିକାର ପରୀକ୍ଷଣ କରାଯାଉନଥିବା ନେଇ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପର୍ଯ୍ୟନ୍ତ ଟିକାର କ୍ଲିନିକାଲ୍ ଟ୍ରାଏଲ ଶେଷ ନହେବା ପର୍ଯ୍ୟନ୍ତ ଗର୍ଭବତୀ ମହିଳାଙ୍କୁ ଟିକା ଦିଆ ଯାଇପାରିବ ନାହିଁ। ଏ ନେଇ ତାଙ୍କ ଡାକ୍ତର ତାଙ୍କୁ ସୂଚନା ଦେଇଛନ୍ତି। ଏ ନେଇ ଟୁଇଟରରେ ଏକ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ଏହି ପ୍ରତିକ୍ରିୟା ରଖିଛନ୍ତି।

Related Posts