ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଏବେ ତେଲକୁ ନେଇ ଚାରିଆଡେ ଚର୍ଚ୍ଚା ମ ଏହା ମଧ୍ୟରେ କଟକ ମେୟର ସୁବାଷ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରତି ସୋମବାର ସିଏମସି କର୍ମଚାରୀମାନେ ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ । ଏହା ବାଦ୍ ରବିବାର ଓ ଛୁଟି ଦିନରେ ମଧ୍ୟ କେହି ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି ସିଏମସି ମେୟର ।

ଆହୁରି ମଧ୍ୟ ସିଏମସି ସ୍ଥାୟୀ ଭାବେ ୨୦ ପ୍ରତିଶତ ଗାଡ଼ି କମାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛି। ଏହା ସହ ଆଗକୁ ସିଏମସି ସବୁ ପେଟ୍ରୋଲ, ଡିଜେଲ ଗାଡ଼ିକୁ ହଟାଇ ଇଲେକ୍ଟ୍ରିକ୍ ଓ ବ୍ୟାଟେରୀ ଗାଡ଼ି କିଣାଯିବ। ଆସନ୍ତା ଜୁନ୍ ମାସରୁ ସିଏମସି କର୍ତ୍ତୃପକ୍ଷ ଇଲେକ୍ଟ୍ରିକ ଗାଡ଼ି ପାଇଁ ଟେଣ୍ଡର ଆହ୍ୱାନ କରିବ ବୋଲି ମେୟର ସୂଚନା ଦେଇଛନ୍ତି।