ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲିଉଡ୍‌ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ପାଇଁ ପ୍ରଶଂସକମାନେ ଲଗାତାର ପ୍ରାର୍ଥନା କରୁଛନ୍ତି। ନିକଟରେ ପ୍ରବଳ ଜ୍ୱର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଏବେ ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା ସୂଚନା ଦେଇଛନ୍ତି।ଆହୁରି ମଧ୍ୟ ସେ କହିଛନ୍ତି, ରାଜୁ ହାତ ଏବଂ ଗୋଡ ଚଳପ୍ରଚଳ କରିପାରୁଛନ୍ତି। ଏହାସହ ତାଙ୍କ ସ୍ତ୍ରୀ ଶିଖା ଶ୍ରୀବାସ୍ତବଙ୍କ ସହ ସେ କଥା ହୋଇଛନ୍ତି। ତେବେ ଖୁବ୍‌ଶୀଘ୍ର ରାଜୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଅଜିତ ସକ୍ସେନା କହିଛନ୍ତି।

ସୁଚନାଯୋଗ୍ୟ ଯେ, ହୃଦଘାତ କାରଣରୁ ରାଜୁ ଶ୍ରୀବାସ୍ତବଙ୍କୁ ଅଗଷ୍ଟ ୧୦ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୧୫ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା। ହେଲେ ସେପ୍ଟେମ୍ବର ୧ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡିଯାଇଥିଲା। ତେଣୁ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଯାଇଥିଲା।