ଖୁବଶୀଘ୍ର ଆସୁଛି ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ: ବାଚସ୍ପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ବିଧାନସଭା ସମ୍ପର୍କିତ ଖବର ପ୍ରସାରଣ ପାଇଁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଟିଭି । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତେବେ ଏହା ପାର୍ଲାମେଣ୍ଟ ଢ଼ାଞ୍ଚାରେ ହେବ ବୋଲି ସୂଚନା ମିଳିଛି । ସେପଟେ ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ୍ ଆରମ୍ଭ ହୋଇଛି । ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଏହାର ଶୁଭାରମ୍ଭ ହୋଇଛି । ବିଧାନସଭା ପରିସରରେ ଷ୍ଟଡିଓ ତିଆରି ଚାଲିଛି । ଏବେ କେବଳ ୟୁଟ୍ୟୁବରେ ପ୍ରସାରଣ ହେବ । ପରେ ଏହାକୁ ସାଟେଲାଇଟ୍ ହେବାର ଯୋଜନା ରହିଛି । ବିଧାନସଭା ସଂପର୍କିତ ଖବର ଏଠାରେ ପ୍ରସାରଣ କରାଯିବ ।

ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ହେବ । ଏନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । କେବଳ ଏତିକି ନୁହେଁ ବରଂ ‘ବିଧାନସଭା ପତ୍ରିକା’ ନାମରେ ଏକ ମାସିକ ପ୍ରତିକା ପ୍ରକାଶ କରାଯିବ । ରାଜ୍ୟ ସରକାରଙ୍କ ଯୋଜନା ଓ ବିଧାନସଭା ସଂପର୍କୀତ ଖବର ପ୍ରକାଶ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts