ପୌର ନିର୍ବାଚନ: ବିଜେଡ଼ି ପକ୍ଷରୁ ଫୁଲବାଣୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

ପୌର ନିର୍ବାଚନ ପାଇଁ ରାଜ୍ୟର 3 ପ୍ରମୁଖ ଦଳ ଅଣ୍ଟା ଭିଡ଼ି ସଜବାଜ ଆରଂଭ କରିଦେଇଛନ୍ତି । ନିର୍ବାଚନୀ ମାହୋଲ ଏବେ ଗରମ ହେବାରେ ଲାଗିଛି । ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ଶାସକ ବିଜେଡି ଫୁଲବାଣୀ ପାଇଁ ପୁନମ କହଁରଙ୍କୁ ପ୍ରାର୍ଥୀ କରିବାପାଇଁ ଘୋଷଣା କରିଛି ।

ପୁନମ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ସଭାପତି ଅଛନ୍ତି । ପୁନମଙ୍କ ବେଶ ସାଂଗଠନିକ ଦକ୍ଷତା ମଧ୍ୟ ରହିଛି । ଦଳରେ ଭଲ ପ୍ରଭାବ ରହିଛି । ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା ପୁନମଙ୍କ ନାମ ଘୋଷଣା କରିଥିଲେ । ସେହି ପରି ବାଲିଗୁଡ଼ା ପାଇଁ ଗୋବିନ୍ଦ ପ୍ରଧାନ, ଓ ଜି ଉଦୟଗିରି ପାଇଁ ଭାନୁପ୍ରଭା ମିଶ୍ରଙ୍କୁ ଟିକେଟ ଦେଇଛି ଦଳ।

ସୋମବାର ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ସେହିପରି ଶନିବାର ଫୁଲବାଣୀ ପୌରାଧ୍ୟକ୍ଷ ପାଇଁ ଆମ ଆଦମୀ ପାର୍ଟିର ରଶ୍ମିତା ପଟନାୟକ, ବହୁଜନ ସମାଜ ପାର୍ଟର ଜସନ ମୁଖି ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Related Posts