ପୁରୀ ସାଂସଦଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ର: ଜାଣନ୍ତୁ କାରଣ

ପୁରୀ: ଅଡ଼ୁଆରେ ପୁରୀ MP ପିନାକୀ ମିଶ୍ର । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗକୁ ନେଇ ସଂସଦରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ନେଇ ପୁରୀ MP ପିନାକୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିରେ ରାଷ୍ଟ୍ରପତିଙ୍କ ନିକଟକୁ ଅଭିଯୋଗ ପତ୍ର ଦେଲେ ଜଗନ୍ନାଥ ପ୍ରେମୀ । ପୁରୀର ବଳିଆପଣ୍ଡା ନିବାସୀ ସରୋଜ କୁମାର ମିଶ୍ର ଏ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି ।

ସଂସଦରେ ଭୁଲ ତଥ୍ୟ ଦେବା ଘଟଣା, ସାଂସଦ ପିନାକୀଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ରଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ସଂସଦରେ ଯେଭଳି ପୁରୀ ଏମପି ପିନାକୀ ମିଶ୍ର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର କାର୍ଯ୍ୟ ନେଇ ତ୍ରୁଟିପୂର୍ଣ୍ଣ ବା ଭୁଲ ତଥ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ପୁରୀ ସହରବାସୀ ୩ ଥର ଏମପି ଭାବେ ପିନାକୀ ମିଶ୍ରଙ୍କୁ ନିର୍ବାଚିତ କରିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଭୁଲ ତଥ୍ୟ ପୁରୀବାସୀଙ୍କୁ ଏକ ପ୍ରକାର ଅପମାନ ବୋଲି ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ।

ସାଂସଦ ପିନାକୀଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ରସାଂସଦ ପିନାକୀଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ର ଶ୍ରୀମନ୍ଦିର ଚାରି ପାଖରେ ଯେଭଳି ବିରାଟ ଗର୍ତ୍ତ ଖୋଳାଯାଇ ନିର୍ମାଣ ଓ ଖନନ କାର୍ଯ୍ୟ ଚାଲିଛି ତାହା ସ୍ପଷ୍ଟୀକରଣ ନ ଦେବା ସହ ପୁରୀ ସାଂସଦ ସଂସଦରେ କହିଥିଲେ କେବଳ ୪ଟି ଶୌଚାଳୟ ନିର୍ମାଣ ହେଉଛି । ଏଣୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନାମରେ ପ୍ରକୃତ କଣ କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର ପ୍ରତି ଏହି ପ୍ରକଳ୍ପ କାର୍ଯ୍ୟ ବିପଦ ସୃଷ୍ଟି କରିଛି କିମ୍ବା ନାହିଁ ଏହାର ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ରାଷ୍ଟ୍ରପତି ଏକ ସଂସଦୀୟ ଟିମ ପୁରୀ ପଠାଇବାକୁ ପୁରୀ ଜିଲ୍ଲାନିବାସୀ ସରୋଜ କୁମାର ମିଶ୍ର ଅଭିଯୋଗ ପତ୍ରରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଛି ବିରୋଧି ବିଜେପି ।

Related Posts