ରାଜ୍ୟରେ ବିହନ ଅଭାବ ନେଇ ଗୃହରେ ଉଦବେଗ ପ୍ରକାଶ, ବିସ୍ତୃତ ଉତ୍ତର ରଖିଲେ କୃଷି ମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହନ ଅଭାବ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ଉଦବେଗ । ୧୦୦୯ ପୁରଣା ଧାନ ବିହନ ନ ମିଳିବା ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସରକାର ଯୋଗାଉଥିବା ବିହନ ଗଜା ହେଉନଥିବା ଅଭିଯୋଗ ଆଣିଥିଲେ ବିରୋଧୀ ।

ଏନେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖି କହିଛନ୍ତି, ୨୦୨୨-୨୩ରେ ୩୩ ଲକ୍ଷ ୧୯ ହଜାର ୩୯୦ ହେକ୍ଟର ଜମିରେ ସରକାର ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।ସେଥିପାଇଁ ୧୩ ଲକ୍ଷ ୨୭ ହାଜର ୭୬୦ କୁଇଣ୍ଟାଲ ବିହନର ଆବଶ୍ୟକ ରହିଛି । ସେଥିରୁ ୪ ଲକ୍ଷ ୭୫ ହଜାର ୨୪୪ କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇଛନ୍ତି ସରକାର । ରାଜ୍ୟରେ ମଧ୍ୟ ବିହନ ଉତ୍ପାଦନ ପାଇଁ ୫୨୦୦ ଚାଷୀ ନିୟୋଜିତ କରିଛନ୍ତି ।ଭାରତ ସରକାରଙ୍କ ସିଡ୍ ନିୟମ ଅନୁସାରର ୧୦ ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ । ବର୍ତ୍ତମାନ ସୁଦ୍ଧା ୭୫ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ ୨୨ଟି ବେସରକାରୀ ସଂସ୍ଥା ବିହନ ଯୋଗାଉଥିବା ବେଳେ ୯୦ଟି ବେସରକାରୀ ସଂସ୍ଥା ସହ ରାଜ୍ୟ ବିହନ ନିଗମ ଚୁକ୍ତି କରିଛନ୍ତି । ଯେଉଁଠି ଗଜା ମରୁଡି ହୋଇଛି, ଅଭିଯୋଗ ଆସିଲେ ସରକାର ତୁରନ୍ତ ଫିଲଡ଼ ଭିଜିଟ କରି ପଦକ୍ଷେପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

Related Posts