ବାତ୍ରାଙ୍କ ଦୁର୍ନୀତି ଚେର ଓଡିଶା ପର୍ଯ୍ୟନ୍ତ ଲମ୍ବିଛି, ସିବିଆଇ ତଦନ୍ତ ହେଲେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଯିବ : ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ପୂର୍ବତନ ହକି ଇଣ୍ଡିଆ ଅଧ୍ୟକ୍ଷ ନରିନ୍ଦର ବାତ୍ରାଙ୍କ ଦୁର୍ନୀତି । ହକି ଦୁର୍ନୀତିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ବାତ୍ରାଙ୍କ ଦୁର୍ନୀତି ଚେର ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ।ସିବିଆଇ ତଦନ୍ତ ହେଲେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

ସୂଚନା ଅନୁସାରେ ହକି ଇଣ୍ଡିଆର ଟଙ୍କା ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ ହୋଇଥିଲା ନରିନ୍ଦର ବାତ୍ରାଙ୍କ ନାଁରେ । ଯାହାକୁ ନେଇ ସିବିଆଇ ସ୍କାନରକୁ ଆସିଛନ୍ତି ଭାରତୀୟ କ୍ରୀଡା ପ୍ରଶାସନରେ ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ନରିନ୍ଦର ବାତ୍ରା । ଯାହାକୁ ନେଇ ନରିନ୍ଦର ବାତ୍ରାଙ୍କ ବାସଭବନରେ ସିବିଆଇ ଚଢାଉ ମଧ୍ୟ କରିଛି । ବାତ୍ରା ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ନରିନ୍ଦର ବାତ୍ରା ସୋମବାର ତିନିଟି ପଦରୁ ଇସ୍ତଫା ଦେଇଥିଲେ । ଆଉ ହକିକୁ ଦୁର୍ନୀତି ପାଇଁ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

Related Posts