ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ଏ ଅବସରରେ ରାଜ୍ୟରେ ଦିନକୁ ଦିନ କମୁଥିବା ବାଘ ସଂଖ୍ୟାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏହି ପ୍ରସଙ୍ଗ ଉଠାଇ ଗୃହରେ କହିଛନ୍ତି ଯେ ରାଜ୍ୟରେ ୨୦୦୬ ମସିହା ଗଣତି ଅନୁସାରେ ୧୧୧ ବାଘ ଥିଲେ। ଆଉ ୨୦୦୮ରେ ଗଣତି ପରେ ଏହି ସଂଖ୍ୟା ୨୮କୁ ଖସି ଆସିଛି। ଏହା ଏକ ଚିନ୍ତାର ବିଷୟ। ସେହିପରି ନନ୍ଦନକାନନରେ ପଶୁପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି ।ତେଣୁ ସରକାର ଏହି ଘଟଣା ଉପରେ ଗୁରୁତ୍ୱ ଦିଅନ୍ତୁ ଓ ବାଘ ସଂଖ୍ୟା ବୃଦ୍ଧିରେ ଧ୍ୟାନ ଦିଅନ୍ତୁ ବୋଲି ଶୂନ୍ୟକାଳରେ ଦାବି ଉଠାଇ କହିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।