ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହଳଦିଆଗୋଡା ଛକରେ ଦୁର୍ଘଟଣା: ଟ୍ରକ୍ ପଛରେ ପିଟି ହେଲା ଟ୍ରକ୍, ଜଣେ ମୃତ

ମାର୍ଶାଘାଇ : ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହଳଦିଆଗୋଡା ଛକ ନିକଟରେ ଘଟିଛି ଏକ ଭୟଂକର ଦୁର୍ଘଟଣା । ଟ୍ରକ୍ ପଛରୁ ପିଟି ହେଲା ଟ୍ରକ୍ । ଫଳରେ ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ହଳଦିଆଗୋଡା ଛକରେ ଟ୍ରକ୍ ସହ ଟ୍ରକ୍ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଜଣଙ୍କ ଗଞ୍ଜାମ ଜିଲ୍ଲା ବଡନନ୍ଦା ଗାଁର ଟୁନା ମାଝୀ ବୋଲି ଜଣାପଡିଛି । ଟ୍ରକ୍ ପଛରେ ଟ୍ରକ୍‌ଟି ପିଟି ହେବା ପରେ ଡ୍ରାଇଭର ଜଣଙ୍କ ଗାଡି ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟରରେ ଗାଡିକୁ କାଟି ତାଙ୍କୁ ବାହାର କରିଥିଲେ । ସେଠାରୁ ତାଙ୍କୁ କେନ୍ଦ୍ରାପଡା ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related Posts