କଳିଙ୍ଗ ଷ୍ଟାଡିୟମରୁ ଫେରିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ: ଭିତରକୁ ଯିବା ପାଇଁ ଅନୁମତି ଦେଲେନି ବିଦେଶୀ ସୁରକ୍ଷାକର୍ମୀ

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ନବୀନ ସରକାରଙ୍କ ଉପରେ ବହୁତ୍ ଖପା ଅଛନ୍ତି । ଆଜି ତାଙ୍କୁ କଳିଙ୍ଗ ଷ୍ଟାଡିୟମରେ ଅପମାନିତ ହେବାକୁ ପଡ଼ିଛି। ଏଠାରେ ଆୟୋଜିତ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ ମ୍ୟାଚ୍‌ ଦେଖିବାକୁ ଦିଆଯାଇ ନାହିଁ।

ଗେଟ୍‌ ପାଖରେ ମୁତୟନ ହୋଇଥିବା ଜଣେ ବିଦେଶୀ ସୁରକ୍ଷାକର୍ମୀ ବାହୁଧରି ବାହାର କରିଦେଇଥିବା ସୁର ରାଉତରାୟ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠାରୁ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ ଆରମ୍ଭ ହୋଇଛି। ବିଶ୍ବକପର ଏକ ମ୍ୟାଚ୍‌ ଦେଖିବା ପାଇଁ ସୁର ରାଉତରାୟଙ୍କୁ ନିମୟନ୍ତ୍ରଣ କରାଯାଇଥିଲା। ଆଥଲେଟିକ ଆସୋସିଏସନ ସଭାପତି ଭାବେ ତାଙ୍କୁ ଏକ ପାସ୍‌ ମଧ୍ୟ ଦିଆଯାଇଥିଲା। ପାସ୍‌ ପାଇଥିବାରୁ ଶ୍ରୀ ରାଉତରାୟ ଖେଳ ଦେଖିବା ପାଇଁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରୁଥିଲେ। କିନ୍ତୁ ଗେଟ୍‌ ପାଖରେ ଛିଡ଼ା ହୋଇଥିବା ଜଣେ ବିଦେଶୀ ସୁରକ୍ଷା କର୍ମୀ ଶ୍ରୀ ରାଉତରାୟଙ୍କୁ ପ୍ରଥମେ ଅଟକାଇ ଥିଲେ। ପରେ ତାଙ୍କୁ ଟିକଟ ମାଗିଥିଲେ। ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ ଶ୍ରୀ ରାଉତରାୟ ପାଖରେ ରଖିଥିବା ପାସ୍‌ ଦେଖାଇଥିଲେ। କିନ୍ତୁ ଏହା ପରେ ବି ସୁରକ୍ଷାକର୍ମୀ ଜଣକ ତାଙ୍କୁ ଛାଡ଼ି ନଥିଲେ। ଓଲଟା ଶ୍ରୀ ରାଉତରାୟଙ୍କୁ ଦୁର୍ବ୍ୟବହାର କରିଥିଲେ।

କଳିଙ୍ଗ ଷ୍ଟାଡିୟମରେ ଅପମାନିତ ହୋଇ ଫେରିବା ପରେ ଶ୍ରୀ ରାଉତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୋତେ ବହୁ ମାତ୍ରାରେ ଅପମାନିତ କରାଯାଇଛି। ନବୀନ ବାବୁ ଷ୍ଟାଡିୟମ୍‌ ପାଇଁ ତୁମର କିଛି ଦାନ ନାହିଁ। ତୁମେ କେବଳ ଆଧୁନିକୀକରଣ କରିଛ ଓ ଖେଳ କରାଉଛ। ଆମେ କଳିଙ୍ଗ ଷ୍ଟାଡିୟମ୍‌କୁ କରିଛୁ। ଆଉ ଆମକୁ ଗୋଟିଏ ପାସ୍‌ ଦେଇ ଗେଟ୍‌ ପାଖରୁ ଫେରାଇଦିଆଯିବା ଘୋର ଲଜ୍ଜ୍ୟାର ବିଷୟ। ଏଠି ସବୁ ଅଭଦ୍ର

Related Posts