
ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଅନ୍ତଃକନ୍ଦଳ କୁ ନେଇ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକିଲେ ହାଇକମାଣ୍ଡ । ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁ ବିଧାୟକଙ୍କୁ ଭେଟି ଦଳୀୟ ପ୍ରସଙ୍ଗରେ ଆଲୋଚନା କରିବେ।
ଖବର ଅନୁଯାୟୀ, ରାଜ୍ୟରେ କଂଗ୍ରେସର ସ୍ଥିତି ଓ ପିସିସି ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସବୁ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ତଥାପି ଦଳୀୟ ଅସନ୍ତୋଷ ପଦାରେ ପଡିଥିଲା । ତେବେ ପ୍ରଭାରୀ ଚେଲ୍ଲା କୁମାର ବୈଠକ ପରେ ରିପୋର୍ଟ ହାଇକମାଣ୍ଡକୁ ଦେବେ ବୋଲି ସୂଚନା ଦେଇଥିଲେ । ଆଉ ଏବେ ସବୁ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଛି ।
ରାହୁଲ ଗାନ୍ଧୀ ରାଜ୍ୟରେ ଦଳର ସ୍ଥିତି ନେଇ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ରାହୁଲ ଗାନ୍ଧୀଙ୍କ ଆଲୋଚନା ପରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଥମିବ ନା ବଢିବ । ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
ଏଥିସହ ଏହି ବୈଠକରେ ନୂଆ ପିସିସି ସଭାପତି ଚୟନ ନେଇ ଆଲୋଚନା ମଧ୍ୟ ହେବ | ସେପଟେ ତାର ବାହିନୀ ପାଟି ବିଧାୟକ ମାନକ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି ଚୟନ କରିବା ନେଇ ଦାବି କରିଛନ୍ତି |