ନୂଆଦିଲ୍ଲୀ: ରାଜପଥ ନାଁ ପରିବର୍ତ୍ତନ ହୋଇଛି । ପରିବର୍ତନ ଘଟି କର୍ତ୍ତବ୍ୟ ପଥ ହୋଇଚି । ତେବେ ନାଁ ପରିବର୍ତ୍ତନକୁ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଏହାସହ ରାଜଭବନ ଗୁଡିକର ନାଁ ପରିବର୍ତ୍ତନ କରି କର୍ତ୍ତବ୍ୟ ଭବନ କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ଟ୍ୱିଟ କରି କଂଗ୍ରେସ ସାଂସଦ କହିଛନ୍ତି ସରକାର ଏତିକିରେ ନ ରହିବା ଦରକାର ଏବଂ ରାଜସ୍ଥାନର ନାଁ ମଧ୍ୟ ପରିବର୍ତ୍ତନ କରି କର୍ତ୍ତବ୍ୟସ୍ଥାନ କରିବା ଦରକାର।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ୱର ୮ରେ କର୍ତ୍ତବ୍ୟ ପଥର ଉଦଘାଟନ କରିଥିଲେ । ଏହି ପଦକ୍ଷେପ ତତ୍କାଳୀନ ରାଜପଥ କ୍ଷମତାର ପ୍ରତୀକ ଏବଂ କର୍ତ୍ତବ୍ୟପଥ ସାର୍ବଜନୀନ ସ୍ୱାମୀତ୍ୱ ଏବଂ ସଶସ୍ତିକରଣର ଏକ ଉଦାହରଣର ପ୍ରତୀକ ବୋଲି ସେ କହିଥିଲେ ।

କର୍ତ୍ତବ୍ୟପଥ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ଆଜି ଆମେ ଅତୀତକୁ ପଛରେ ଛାଡି ଆସନ୍ତାକାଲିର ଚିତ୍ରକୁ ନୂଆ ରଙ୍ଗରେ ଭରୁଛୁ। ଆଜିର ଏହି ନୂଆ ଆଲୋକ ପ୍ରତିଟି ସ୍ଥାନରେ ଦେଖିବାକୁ ମିଳୁଛି, ଏହା ନୂଆ ଭାରତର ବିଶ୍ୱାସର ଆଭା ଅଟେ । ଦାସତ୍ୱ ପ୍ରଥାର ପ୍ରତୀକ କଙ୍ଗ୍ସୱେ (ରାଜପଥ), ଆଜି ଇତିହାସ ହୋଇ ସବୁଦିନ ପାଇଁ ଲିଭି ଯାଇଛି’।