
ମୁମ୍ୱାଇ: ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ଶେବେଲିୟର ଡେ ଲା ଲିଜନ ଡି’ ରେ ସମ୍ମାନିତ ହେବେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର । ଏନେଇ ଖବର ସାମ୍ନାକୁ ଆସିଛି । ପରେ ଦଳର ଅନ୍ୟ ନେତାମାନେ ଶଶି ଥରରୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଫ୍ରାନ୍ସ ସରକାର ଶଶି ଥରୁରଙ୍କୁ ତାଙ୍କୁ ଲେଖା ଏବଂ ଭାଷଣ ପାଇଁ ଏହି ପ୍ରତିଷ୍ଠିତ ସମ୍ମାନାରେ ସମ୍ମାନିତ କରିବେ। ଦିଲ୍ଲୀରେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନିନ ଶଶି ଥରୁରଙ୍କୁ ଚିଠି ଲେଖି ଏହି ସମ୍ମାନ ବାବଦରେ ସୂଚନା ଦେଇଛନ୍ତି। ଏହା ଉପରେ କଂଗ୍ରେସ ସାଂସଦ ଟ୍ୱିଟ କରି କୃତଜ୍ଞତା ଜଣାଇଛନ୍ତି।
କଂଗ୍ରେସ ଅନେକ ନେତାଙ୍କ ସହ କେରଳ କଂଗ୍ରେସ ଏବଂ ରାଜ୍ୟ ଯୁବ କଂଗ୍ରେସ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଏହି ଖବର ଶୁଣି ବେଶ ଉତ୍ସାହିତ ହୋଇଛି, ଥରୁରଙ୍କୁ ତାଙ୍କ ଅସାଧାରଣ ଜ୍ଞାନ ପାଇଁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିକ କରାଯାଉଛି।