କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: କେଏନ ତ୍ରିପାଠିଙ୍କ ପ୍ରାର୍ଥିପତ୍ର ରଦ୍ଦ, ମଲ୍ଲିକାର୍ଜୁନ ଖର୍ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଲଢେଇ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଏନେଇ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଥିବା ବେଳେ, ଏବେ ମଲ୍ଲିକାର୍ଜୁନ ଖର୍ଗେ ଓ ଶଶି ଥରୁରଙ୍କ ମଧ୍ୟରେ ଲଢେଇ ହେବ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ କେବଳ ଏହି ୨ ପ୍ରାର୍ଥୀ ରହିବେ ବୋଲି ଜଣାପଡିଛି । କାରଣ ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା କଂଗ୍ରେସ ନେତା କେଏନ ତ୍ରିପାଠିଙ୍କ ପ୍ରାର୍ଥିପତ୍ର ରଦ୍ଦ ହୋଇଯାଇଛି ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ୧୭ ଅକ୍ଟୋବରରେ ନିର୍ବାଚନ ହେବାକୁ ଥିବା ବେଳେ ୧୯ ଅକ୍ଟୋବରରେ ଫଳାଫଳ ପ୍ରକାଶ ପାଇବ ।

କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି କଂଗ୍ରେସର ୨ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦ ନିର୍ବାଚନରେ ଠିଆ ହେବେ । ୮ ଅକ୍ଟୋବର ମଧ୍ୟରେ ପ୍ରାର୍ଥିପତ ପ୍ରତ୍ୟାହାର କରାଯାଇ ପାରିବ । ଆଜି ୨ ଜଣ ପ୍ରାର୍ଥୀ ସାମ୍ନାସାମ୍ନି ଥିବା ବେଳେ ବାକି ଚିତ୍ର ୮ ତାରିଖ ପରେ ସ୍ପଷ୍ଟ ହେବ । କେହି ପ୍ରାର୍ଥିପତ୍ର ପ୍ରତ୍ୟାହାର ନ କଲେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।
ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଶୁକ୍ରବାର ସୁଦ୍ଧା ୨୦ଟି ଫର୍ମ ଜମା ହୋଇଛି । ଏଥିମଧ୍ୟରୁ ସ୍କୁଟିନି କମିଟି ହସ୍ତାକ୍ଷର ସମସ୍ୟାକୁ ନେଇ ୪ଟି ଫର୍ମକୁ ଖାରଜ କରି ଦେଇଛନ୍ତି । ଏହାରି ଭିତରେ କେଏନ ତ୍ରିପାଠୀଙ୍କ ପ୍ରାର୍ଥିପତ୍ରକୁ ବି ଖାରଜ କରି ଦିଆଯାଇଛି । କାରଣ ଏହା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରି ନ ଥିଲା । ଏଥିରେ ହସ୍ତାକ୍ଷର ସମ୍ବନ୍ଧିୟ ସମସ୍ୟା ଥିଲା । ଏବେ ଏହି ଅଧ୍ୟକ୍ଷ ପଦ ରେସରେ ଦୁଇ ଜଣ ଦାବିବାର ମଲ୍ଲିକାର୍ଜୁନ ଖର୍ଗେ ଓ ଶଶି ଥରୁର ରହିଛନ୍ତି । ଏବେ ଆଲୋଚନା ହେଉଛି ମଲ୍ଲିକାର୍ଜୁନ ହୋଇ ପାରନ୍ତି କଂଗ୍ରେସ ଅଧ୍ୟକ୍ଷ।

Related Posts