କଂଗ୍ରେସ ସଭାପତି ନିର୍ବାଚନ: ୧୨ ରାଜ୍ୟର ୬୦ ସମର୍ଥକଙ୍କ ନାଁ ସାର୍ବଜନୀନ କଲେ ଥରୁର

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ନିର୍ବାଚନ ମଇଦାନ କୁ ଓହ୍ଲାଇଛନ୍ତି ଶଶି ଥରୁର ଓ ମଲ୍ଲିକାର୍ଜୁନ ଖଡ଼ଗେ । ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ଆସନ୍ତା ୧୭ ତାରିଖ‌ରେ ହେବ। ଏଥିପାଇଁ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁର ଦୌଡ଼ରେ ଅଛନ୍ତି। ଶେଷ ମୁହୂର୍ତ୍ତରେ ନିର୍ବାଚନ ଲଢ଼ିବାକୁ ଆସିବା ସହିତ ପ୍ରାର୍ଥିପତ୍ର ଦାଖଲ ବେଳେ ଖଡ଼୍‌ଗେ ତାଙ୍କ ସହିତ ୩୦ରୁ ଅଧିକ ବରିଷ୍ଠ ନେତାଙ୍କୁ ନେଇଥିଲେ। ଏହାଦ୍ବାରା ସେ ତାଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ। ସଭାପତି ନିର୍ବାଚନ ପ୍ରକ୍ରିୟା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କଂଗ୍ରେସ ନେତା ସଚିନ ପାଲଇଟଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ କିଛିଦିନ ଧରି ଚର୍ଚ୍ଚାରେ ଥିବାବେଳେ ଏବେ ଥରୁର ଏବଂ ଖଡ଼ଗେଙ୍କ ପ୍ରାର୍ଥିତ୍ବ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।

ଶନିବାର ଥରୁର ମହାରାଷ୍ଟ୍ରର ନାଗପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସାମାଜିକ ଗଣମାଧ୍ୟମ ଟ୍ବିଟରରେ ତାଙ୍କୁ ସମର୍ଥନ କରୁଥିବା ୧୨ ରାଜ୍ୟର ୬୦ ନେତାଙ୍କ ନାମ ଟ୍ବିଟ୍ କରିଛନ୍ତି। ସେମାନେ ସବୁ ସ୍ତରର ନେତା ହୋଇଥିଲେ ମଧ୍ୟ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସର ଗର୍ବିତ କର୍ମୀ। ମୁଁ ସେମାନଙ୍କୁ ଏବଂ ମୋତେ ସମର୍ଥନ କରୁଥିବା ଏବଂ ମୋ ଉପରେ ବିଶ୍ବାସ ରଖିଥିବା ହଜାର ହଜାର କର୍ମୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଥରୁର କହିଛନ୍ତି। ସାଂସଦ କାର୍ତ୍ତି ଚିଦମ୍ବରମ ଥରୁରଙ୍କୁ ସମର୍ଥନ କରୁଛନ୍ତି। ସେ ତାଙ୍କର ପ୍ରସ୍ତାବକ ରହିଛନ୍ତି।

Related Posts