
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ନେଇ ପୁଣି ଏକ ରୋଚକ ଖବର ଆସିଛି । ଗୋଟିଏ ପଟେ ଅଶୋକ ଗେହଲଟ ଅଧ୍ୟକ୍ଷପଦ ପାଇଁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଏବେ ତାଙ୍କର ପ୍ରତିଦ୍ୱନ୍ଦୀ ସାଜିବାକୁ ଯାଉଛନ୍ତି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶି ଥରରୁ । ଅଶୋକ ଗେହଲଟଙ୍କ ସହ ଅଧ୍ୟକ୍ଷ ପଦ ଦୌଡରେ ଶଶି ଥରୁରଙ୍କ ନାଁ ମଧ୍ୟ ରହିଥିଲା । ହେଲେ ଆଜି ଅଧ୍ୟକ୍ଷ ନିର୍ବାଚନ ଲଢିବା ନେଇ ବିଦ୍ଧିବଦ୍ଧ ଘୋଷଣା କରିଛନ୍ତି ଶଶି ଥରରୁ। ଏହା ସହିତ ସେ ଦଳୀୟ କାର୍ଯ୍ୟାଳୟରୁ ନାମାଙ୍କନ ଫର୍ମ ମଧ୍ୟ ସଂଗ୍ରହ କରିଛନ୍ତି। ଏହାପରେ ସେ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବାକୁ ଯାଉଛନ୍ତି ବୋଲି ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ ଯେ, ୨୦ ବର୍ଷ ପରେ ପୁଣି କଂଗ୍ରେସର ଅଧ୍ୟକ୍ଷପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏଥର ସବୁଠାରୁ ବଡକଥା କି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗାନ୍ଧୀ ପରିବାରରୁ କେହି ପ୍ରାର୍ଥୀ ହେଉନାହାଁନ୍ତି । ଦୀର୍ଘଦିନ ପରେ ପୁଣି ଦଳକୁ ଅଣ ଗାନ୍ଧୀ ଅଧ୍ୟକ୍ଷ ମିଳିବାକୁ ଯାଉଛି।