ରଥ ଉଚ୍ଚତାକୁ ନେଇ ବିବାଦ; ପୁରୀ ଗଜପତିଙ୍କ ମନ୍ତବ୍ୟ ପରେ କେନ୍ଦୁଝରରେ ପ୍ରତିକ୍ରିୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରଥ ଉଚ୍ଚତାକୁ ନେଇ ବିବାଦ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ସେପଟେ ସବୁଠୁ ଅଧିକ ଉଚ୍ଚତାର ରଥ ଭାବେ ନିକଟରେ ଗିନିଜ ବୁକ୍ ଅଫ ରେକର୍ଡସ୍ରେ ସ୍ଥାନ ପାଇଛି କେନ୍ଦୁଝର ରଥ । ଏହାକୁ ନେଇ ପୁରୀ ଗଜପତି କ୍ଷୋଭ ପ୍ରକାଶ କରିବା ପରେ କେନ୍ଦୁଝରରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଜପତିଙ୍କୁ ଏ ପ୍ରସଙ୍ଗରେ ମତ ଦେବା ପୂର୍ବରୁ ତର୍ଜମା କରିବାର ଥିଲା ବୋଲି କହିଛନ୍ତି କେନ୍ଦୁଝର ଶ୍ରୀବଳଦେବଜୀଉ ମନ୍ଦିରର ପହଣ୍ଡିଆ ସେବକ ବିପିନ ଦାସ । ଅନ୍ୟପଟେ ଗଜପତିଙ୍କ ସପକ୍ଷରେ ମତ ଦେଇଛନ୍ତି ପୁରୀର ବରିଷ୍ଠ ସେବାୟତ । ସେମାନେ କହିଛନ୍ତି, କେନ୍ଦୁଝର ବଳଦେବଜିଉ ରଥ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇବା ଜଗନ୍ନାଥଙ୍କ ଭକ୍ତଙ୍କୁ ମର୍ମାହତ କରିଛି । ମହାପ୍ରଭୁଙ୍କ ରଥକୁ ନେଇ କୌଣସି ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ନହେଉ, ଯଦି କେହିପ୍ରଶାସନିକ ଅଧିକାରୀ ଏଥିରେ ସଂପୃକ୍ତି ଥାନ୍ତି, ତାହେଲେ ରାଜ୍ୟ ସରକାର ତୁରନ୍ତ ଏହା ବିରୋଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ବିନାୟକ ଦାସମହାପାତ୍ର ।

ଏହି ବିବାଦକୁ ମତ ପ୍ରକାଶ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ । ସେମାନଙ୍କ ମତରେ ଦୁଇଟି ଭିନ୍ନ ଭିନ୍ନ କଥା । ଏହାକୁ ନେଇ ବିବାଦ ସୃଷ୍ଟି କରିବା ଅନୁଚିତ । ପୁରୀ ରଥ ହିଁ ସବୁଠୁ ଉଚ୍ଚ ହେବା ଉଚିତ ବୋଲି କହିଛନ୍ତି ଗଜପତି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ ହେଉଛି ପୁରୀ । କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀ ଠାରୁ ଅଧିକ କରାଯାଉଥିବାରୁ ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ । ତେଣୁ ସେଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି । ପୁରୀରେ ନନ୍ଦିଘୋଷ ରଥର ଉଚ୍ଚତା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ । ସବୁଠୁ ଅଧିକ ଉଚ୍ଚର ରଥ ଭାବେ ଏହା ଗିନିଜ ବୁକ୍ ରେକର୍ଡସରେ ସ୍ଥାନ ପାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts