ଓଏସ୍ଏସସି ପରେ ଓପିଏସସିକୁ ନେଇ ବିବାଦ : ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଓଡିଶା ଷ୍ଟାଫ ସିଲେକ୍ସନ (ଓଏସ୍ଏସସି) ବୋର୍ଡ ବିବାଦ ଥମିନଥିବା ବେଳେ ଏବେ ଓଡିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) କୁ ନେଇ ବିବାଦ ଦେଖାଦେଇଛି। ତ୍ରୁଟିପୂର୍ଣ୍ଣ ପରୀକ୍ଷା ସାଙ୍ଗକୁ ୟୁପିଏସସି ପରୀକ୍ଷା ସମୟରେ ଓପିଏସସି ପରୀକ୍ଷା କରିବା ନିଷତ୍ତିକୁ ପରୀକ୍ଷାର୍ଥୀ ମାନେ ବିରୋଧ କରି ଆସୁଛନ୍ତି । ୨୦୧୭ ମସିହାରେ ରଜତ କୁମାର ମିଶ୍ର ନାମକ ଜଣେ ପରୀକ୍ଷାର୍ଥୀ ଓଡିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି ପରୀକ୍ଷା ଦେଇଥିଲେ।

କିନ୍ତୁ ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଯୋଗୁଁ ସେ ମେରିଟ୍‌ ଲିଷ୍ଟରୁ ବାଦ ପଡିଥିବା ନେଇ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ଅନୁଯାୟୀ ପରୀକ୍ଷା ଖାତାର ନକଲ ପାଇବା ପରେ ତାଙ୍କର ମୂଲ୍ୟାଙ୍କନରେ ତ୍ରୁଟି ଥିବା ସେ ଜାଣିବାକୁ ପାଇଛନ୍ତି ବୋଲି କହିଛନ୍ତି। ତେବେ ଏ ସମ୍ପର୍କରେ ସେ ବାରମ୍ଭାର ଅଭିଯୋଗ କରୁଥିବା ସତ୍ତ୍ବେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଣେ ପରୀକ୍ଷାର୍ଥୀ ଗୋଟିଏ ବିଷୟରେ ପରୀକ୍ଷା ନ ଦେଇ ମଧ୍ୟ ମେରିଟ ଲିଷ୍ଟରେ ତାଙ୍କ ନାଁ ଆସିଥିବା ସେ ଅଭିଯୋଗ କରିଛନ୍ତିା ତେବେ ସେ ପ୍ରଶ୍ନ କରିଛନ୍ତି ଯେ ପରୀକ୍ଷା ଫଳ ପ୍ରତିବର୍ଷ ବାହାର ନ କରି ଜାଣିଶୁଣି ବିଳମ୍ବ କରି ପରବର୍ତ୍ତି ବର୍ଷ ପରୀକ୍ଷା କରାଯାଉଛି । ତେବେ ଏ ସମ୍ପର୍କରେ ଓପିଏସସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନା ଥାଉକି ଗତ କିଛି ଦିନ ତଳେ ଓଏସ୍ଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଓଡିଶା ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା। ଏହାକୁ ନେଇ ଆନ୍ଦୋଳନ ମଧ୍ୟ ହୋଇଥିଲା। ତେବେ ଏହାର କିଛି ଦିନ ପରେ ଏବେ ଓଡିଶା ପବ୍ଲିକ ସର୍ଭିସ କମିଶନ ମୂଲ୍ୟାଙ୍କନରେ ତ୍ରୁଟି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

Related Posts