ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍‌ ଦର: ଘରୋଇ ‘ଏଲ୍‌ପିଜି’ ସିଲିଣ୍ଡର୍‌ ପିଛା ଟ. ୩.୫୦ ବୃଦ୍ଧି

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ | ଖାଉଟିଙ୍କୁ ଆଜି ସକାଳ ଆଉ ଏକ ଝଟକା ଲାଗିଛି । ଚଳିତ ମାସରେ ଦ୍ୱିତୀୟ ଥର ଲାଗି ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୩ଟଙ୍କା ୫୦ ପଇସା ବଢିଛି । ସେହିଭଳି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୮ ଟଙ୍କା ବଢିଛି । ଏହି ବୃଦ୍ଧି ପରେ ଘରୋଇ ସିଲିଣ୍ଡରର ଦର ଭୁବନେଶ୍ୱରରେ ୧୦୨୬ ଟଙ୍କାରୁ ବଢି ୧୦୨୯ ଟଙ୍କା ହୋଇଛି ।

ଚଳିତ ମାସରେ ଏହା ହେଉଛି ରନ୍ଧନ ଗ୍ୟାସ୍‌ର ଦ୍ବିତୀୟ ଥର ମୂଲ୍ୟବୃଦ୍ଧି। ଆଜିର ଦର ବୃଦ୍ଧି ପରେ ଦେଶର ପ୍ରାୟ ସମସ୍ତ ସହରରେ ଘରୋଇ ସିଲିଣ୍ଡର୍‌ ଦର ଟ. ୧୦୦୦/- ଟପିଯାଇଛି।

ସେହି ଅନୁସାରେ, ଆଜିଠାରୁ ଦିଲ୍ଲୀ ଓ ମୁମ୍ବାଇରେ ଘରୋଇ ବ୍ୟବହାର ନିମନ୍ତେ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ଟ. ୧୦୦୩/-, କୋଲ୍‌କାତାରେ ଟ. ୧୦୨୯/- ଏବଂ ଚେନ୍ନାଇରେ ଟ. ୧୦୧୮.୫/-ରେ ବିକ୍ରି ହେଉଛି।

ସ୍ମରଣଯୋଗ୍ୟ, ମେ ୭ ତାରିଖରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଟ. ୫୦/- ବୃଦ୍ଧି ପାଇଥିଲା।

କ୍ରମାଗତ ଦର ବୃଦ୍ଧି ଫଳରେ ଉଭୟ ଘରୋଇ ଏବଂ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହୃତ ଇନ୍ଧନ ଗ୍ୟାସ୍‌ ବ୍ୟୟବହୁଳ ହୋଇଯାଇଛି |

ସେହିଭଳି କଟକରେ ଏହି ଦର ୧୦୨୬ ଟଙ୍କା ୫୦ ପଇସାରୁ ବଢି ୧୦୨୯ ଟଙ୍କା ୫୦ ପଇସା ହୋଇଛି । ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ହଜାରେ ଟଙ୍କା ପାର କରିଛି । ଚଳିତ ମାସ ୭ ତାରିଖରେ ଗ୍ୟାସ ଦର ସିଲିଣ୍ଡର ପିଛା ୫୦ ଟଙ୍କା ବଢିଥିଲା । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ପ୍ରାୟ ୨୦୦ଟଙ୍କା ବଢ଼ି ୮୦୦ରୁ ହଜାରେ ଟଙ୍କା ଅତିକ୍ରମ କରିଛି ।

Related Posts