
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର କିଛି ଦିନ ଆୟତ୍ତ ହେବା ପରେ ବର୍ତ୍ତମାନ ପୁଣିଥରେ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୩୮, ୬୨୮ ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ ୬୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ଦେଶରେ ଟୀକାକରଣ କାର୍ଯ୍ୟକ୍ରମ ମଧ୍ୟ ତ୍ୱରାନ୍ୱିତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ ୫୦ କୋଟିରୁ ଅଧିକ ଡୋଜ ଦିଆଯାଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୩,୧୦,୫୫,୮୬୧ ଲୋକ ଦେଶରେ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ବର୍ତ୍ତମାନ ପୁନରୁଦ୍ଧାର ହାର ହେଉଛି ୯୭.୩୭ ପ୍ରତିଶତ ।
ଗତ ୨୪ ଘଣ୍ଟା ମଧ୍ୟରେ ୪୦,୦୧୭ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଯାହାଫଳରେ ଦେଶରେ କରୋନାର ସକ୍ରିୟ ମାମଲା କମ ରହିଛି । ଅପରିପକ୍ଷରେ ବର୍ତ୍ତମାନ ଭାରତରେ ମୋଟ ୪,୧୨,୧୫୩ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଯାହା ମୋଟ ରୋଗର ୧.୨୯ ପ୍ରତିଶତ ଅଟେ । ଯଦି ଆମେ ପଜେଟିଭ ହାର ବିଷୟରେ ଦେଖିବା ତାହାଲେ ଦେଶରେ ସପ୍ତାହକ ମଧ୍ୟରେ ସଂକ୍ରମଣ ହାର ୨.୩୯ ପ୍ରତିଶତ ହୋଇଥିବା ବେଳେ ଦୈନିକ ପଜିଟିଭ ହାର ୨.୨୧ ପ୍ରତିଶତ ରହିଛି ।
ଏହା ସହ ଦେଶରେ କରୋନା ବିରୋଧୀ ଟୀକାକରଣ ଅଭିଯାନ ଚାଲିଛି । ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୫୦ କୋଟିରୁ ଅଧିକ ଡୋଜ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଥିବା ୪୯,୫୫,୧୩୮ ଡୋଜ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଜ୍ଝ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୭.୮୩ କୋଟି କରୋନା ପରୀକ୍ଷା କରାଯାଇଛି।