ଅସମ୍ଭାଳ: ୨୪ ଘଣ୍ଟାରେ ୪ ଲକ୍ଷ କୋଭିଡ ପଜିଟିଭ କେସ ହେବାରେ ଭାରତ ପ୍ରଥମ

covid

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ କୋଭିଡ କେସ ସାମ୍ନାକୁ ଆସିଛି । ଏପରି ହେବାରେ ଭାରତ ପ୍ରଥମରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୪,୦୧,୯୯୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଯାହା ମାମଲାର ସମୁଦାୟ ଗଣନାକୁ ୧,୯୧,୬୪,୯୬୯କୁ ନେଇଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କରିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨୩ ଲୋକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨,୧୧,୮୫୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ମୋଟ ୩୨,୬୮,୭୧୦ ସକ୍ରିୟ ମାମଲା ଅଛି । ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁସାରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଦେଶରେ ମୋଟ ୨୮,୮୩,୩୭,୩୮୫ ନମୁନା ପରୀକ୍ଷା କରାଯାଇଛି । ଅନ୍ୟପଟେ କୋଭିଡ ଟୀକାକରଣର ମୋଟ ମାତ୍ରା ୧୫,୪୯,୮୯,୬୩୫ କୋଟିରୁ ଅଧିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Related Posts