କ୍ୟାମେରା ଧରିଲା: ବିଜେପି ବିଧାୟକଙ୍କ ଗାଡିରେ ବୁହାଚାଲିଛି ଅକ୍ସିଜେନ ସିଲିଣ୍ଡର

mla

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ଦିନକୁ ଦିନ ସଂକ୍ରମତିଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି । ବର୍ତ୍ତମାନ ଅକ୍ସିଜେନର ଚୋରାଚାଲାଣ ବଢିବାରେ ଲାଗିଛି । ରୋଗୀମାନେ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରୁଥିବା ବେଳେ ଚୋରାଚାଲାଣ ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ଉତ୍ତରପ୍ରଦେଶର ଜଣେ ବିଧାୟକ ନିଜ ଗାଡିରେ ଅକ୍ସିଜେନର ଚୋରା ଚାଲାଣ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବିଜେପି ବିଧାୟକ ଶରଦ ଆୱସ୍ତି ନିଜ ଏସୟୁଭି (ଟଚ ୪୧ ଇଋ ୦୧୧୧) ରେ ଅକ୍ସିଜେନ ଭର୍ତ୍ତି ସିଲିଣ୍ଡର ଚୋରା ଚାଲାଣ କରୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଯାଇଛି । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ବିରୋଧୀ ଏହାକୁ ତୀବ୍ର ନିନ୍ଦା କରିଛି । ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ସିଜେନର କଳା ବଜାରୀକୁ ରୋକିବା ପାଇଁ ଏକ ଭର୍ଚ୍ଚୁଆଲ ମିଟିଂ କରିଥିଲେ । ଯେଉଁଠି ଅକ୍ସିଜେନର କଳା ମାକେର୍ଟିଂ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତି ନିଆଯାଇଥିଲା । ଅନେକ ସଂକ୍ରମିତ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିବା ଅତ୍ୟନ୍ତନିନ୍ଦନୀୟ । ଏପରି ସ୍ଥିତିରେ ସରକାର ଉପର ସ୍ତରରେ ଯେତେ ପଦକ୍ଷେପ ନେଲେ ମଧ୍ୟ ଗ୍ରାଉଣ୍ଡ ଜିରୋ ସମ୍ପୂର୍ଣ୍ଣ ଅଲଟା ହେଉଛି ।

Related Posts