ଦେଶରେ ଖସୁଛି କରୋନାର ଦୈନିକ ସଂକ୍ରମଣ: ଗତ 24 ଘଣ୍ଟା ମଧ୍ୟରେ 1675 ଜଣ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଉପର ତଳ ହେଉଛି କରୋନା ର ଦୈନିକ ସଂକ୍ରମଣ | ସଂକ୍ରମଣ ହାର ବଢୁଥିବା ବେଳେ ଏବେ କ୍ରମଶଃ କମୁଛି କୋରୋନା ସଂକ୍ରମଣ ହାର | ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1675 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ କମିବା ସହିତ କୋରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ପୂର୍ବ ଦିନ ଅପେକ୍ଷା କମ ରହିଛି । ଦିନକରେ 31 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାସହ 1 ହଜାର 635 ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 15 ହଜାର ତଳକୁ ଖସିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 14,841ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର 0.41% ରହିଛି ।

ଏଯାବତ୍ ସମୁଦାୟ 4,26,00,737 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,24,490 ଜଣଙ୍କ ମୃତ୍ୟୁ ଘଟିଛି ।

ଦେଶବ୍ୟାପୀ ସମୁଦାୟ 1,92,52,70,955 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

Related Posts