ଦେଶରେ ତଳମୁହାଁ କରୋନା ସଂକ୍ରମଣ: ସାରା ଦେଶରୁ ହଟିଲା ମହାମାରୀ ଆଇନ

ଗତ ଦୁଇ ବର୍ଷ ଧରି ସମଗ୍ର ଦେଶକୁ କବଳିତ କରି ରଖିଥିବା କରୋନା ମହାମାରୀ ଏବେ ଧୀରେ ଧୀରେ ସାରା ଦେଶରୁ କମିବାରେ ଲାଗିଲାଣି । ଦୈନିକ ସଂକ୍ରମଣ କମିବା ସହ ମୃତ୍ୟୁ ରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସାରା ଦେଶରେ ଲାଗୁ ହୋଇଥିବା ମହାମାରୀ ଆଇନକୁ ହଟାଇଛନ୍ତି ସରକାର । ପୂର୍ବ ନିୟମକୁ ପ୍ରତ୍ୟାହାର କରିଛି କେନ୍ଦ୍ର ।

ଏନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ଯାଇଛି । ଆଗକୁ କୋଭିଡ ସ୍ଥିିତି ଦେଖି ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ତେବେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ପରାମର୍ଶ ଜାରି ହୋଇଛି । ୨୦୨୦ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିଲା ଦେଶରେ ମହାମାରୀ ଆଇନ ।

ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ ଗତ ୨୪ ମାସ ମଧ୍ୟରେ ମହାମାରୀ ପରିଚାଳନା ପାଇଁ ବିଭିନ୍ନ ଦକ୍ଷତା ବିକାଶ କରାଯାଇଛି । ଏଥିମଧ୍ୟରେ ପରୀକ୍ଷା, ନୀରିକ୍ଷଣ, ଯୋଗାଯୋଗ ଅନୁସନ୍ଧାନ, ଚିକିତ୍ସା, ଟୀକାକରଣ, ଡାକ୍ତରଖାନାର ବିକାଶ ଅନ୍ତର୍ଭୁକ୍ତ । ଏହା ସହିତ ସାଧାରଣ ଲୋକଙ୍କ ମଧ୍ୟରେ କୋଭିଡ ବିଷୟରେ ସଚେତନତା ମଧ୍ୟ ବୃଦ୍ଧି ପାଇଛି । ଯାହାର ଫଳ ସ୍ୱରୂପ ଦେଶରୁ କରୋନା ମହାମାରୀ ହ୍ରାସ ପାଇଛି ।

Related Posts