କଟକରେ ନକଲି ଔଷଧ କାରବାର ମାମଲା; ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକରେ ନକଲି ଔଷଧ କାରବାର ମାମଲାରେ ପୋଲିସକୁ ଏକ ବଡ ସଫଳତା ମିଳିଛି। ଏହି ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୁରୀ ଘାଟ ଥାନା ପୋଲିସ । ନୟା ସଡକର ଦୁଇ ଏଜେନ୍ସିର ମାଲିକଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । ଏହି ଦୁଇଜଣ ପୂର୍ବରୁ ଗିରଫ ହୋଇଥିବା ଡିଷ୍ଟ୍ରିବିୟୁଟରଙ୍କ ଠାରୁ ଔଷଧ କିଣୁଥିଲେ । ତେବେ ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍‌ କାରବାର ନେଇ ଡ୍ରଗ କଂଟ୍ରୋଲର ଟିମ ସୂଚନା ପାଇଥିଲା । ଏହାପରେ କଟକର ବିଭିନ୍ନ ଔଷଧ ମାନଙ୍କରେ ଡ୍ରଗ କଂଟ୍ରୋଲର ଟିମ ଓ ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ନକଲି ମେଡିସିନ ଜବତ ହୋଇଥିଲା । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରୁଥିଲେ । ଘଟଣା ଜଣାପଡିବା ପରେ ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ । ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଧ କରିଛି ସଂଘ । ପରେ ସେହି ଦୁଇ ହୋଲସେଲର ମଧ୍ୟ ଗିରଫ ହୋଇଥିଲେ ।

Related Posts