ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ( ସିଇଓ ) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, ଆଗାମୀ ଧାମନଗର ଉପନିର୍ବାଚନରେ ୧୧ ଶହ ପୁଲିଙ୍ଗ ଅଧିକାରୀ ନିୟୋଜିତ ରହିବେ । ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ ର ବ୍ୟବସ୍ଥା ହୋଇଛି। ଏଥିପାଇଁ ଦୁଇ ଜଣ ସେଣ୍ଟ୍ରାଲ ଅବଜରଭର ମଧ୍ୟ ଆସି ସାରିଛନ୍ତି । ନିର୍ବାଚନ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମତଦାନ ସମୟରେ ମୋଟ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସେ ସୂଚନା ଦେଇଛନ୍ତି।

ଧାମନଗର ଉନିର୍ବାଚନରେ ମୋଟ ୧୦୬ ସମ୍ବେଦନଶୀଳ ବୁଥ ରହିଛି । ଏଗୁଡିକ ଉପରେ ସ୍ଵତନ୍ତ୍ର ଦୃଷ୍ଟି ରଖାଯାଇଥିବା ସିଇଓ ସୂଚନା ଦେଇଛନ୍ତି। ତେବେ ନଭେମ୍ବର ୩ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୧ ତାରିଖରେ ପୋଲିଂ ପାର୍ଟି ଧାମନଗରରେ ପହଞ୍ଚିବେ ବୋଲି ଜଣାପଡିଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଏହି ଉପନିର୍ବାଚନ ନେଇ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଅନେକ ଅଭିଯୋଗ ହୋଇଛି । ସେ ସବୁର ଉପଯୁକ୍ତ ଯାଞ୍ଚ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଟଙ୍କା ବଣ୍ଟା ଭାଇରାଲ ଆଇନ ଅନୁଯାୟୀ ମାମଲା ପଞ୍ଜିକୃତ କରାଯାଇଛି । କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ମଧ୍ୟ ଏଫଆର ପଞ୍ଜିକୃତ କରାଯାଇଛି । ଏହା ସହ ଜେଏମଏଫସି କୋର୍ଟରେ ମଧ୍ୟ ଏହି ମାମଲା ଗୁଡିକୁ ପ୍ରଡ୍ୟୁସ କରାଯାଇଛି ବୋଲି ସିଇଓ ସୂଚନା ଦେଇଛନ୍ତି।