ନକଲି ସାମଗ୍ରୀର ପେଣ୍ଠସ୍ଥଳ ସିଲଭର ସିଟି: ନକଲି ମେଡିସିନ କାରବାର ଅଭିଯୋଗ ନେଇ ଡ୍ରଗ କଂଟ୍ରୋଲର ଟିମର ଚଢ଼ାଉ

କଟକ : ସିଲଭର ସିଟିରେ ଦିନକୁ ଦିନ ବଢ଼ିବାକୁ ଲାଗିଛି ନକଲି ସାମଗ୍ରୀ । ବେଧଡକ ଭାବେ ବଢିଚାଲିଛି ନକଲି କାରବାର । ନକଲି ତେଲ, ମସଲା, ଘିଅ, ଖାଦ୍ୟ ପାନୀୟ ଜବତ ପରେ ଗତ କିଛି ଦିନ ହେବ ଜବତ ହୋଇଥିଲା । ଏବେ ପୁଣିଥରେ ନକଲି ମେଡିସିନ କାରବାର ହେଉଥିବା ନେଇ ଅଭିଯୋଗ ହୋଇଛି ।

ଯାହା ଫଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଂଟ୍ରୋଲର ଟିମ । ନକଲି ଔଷଧ କାରବାର ଅଭିଯୋଗରେ ଚଢ଼ାଉ କରିଛି ଟିମ୍ । ବୁଧବାର ରାତିରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଂଟ୍ରୋଲେର ଟିମ ।

ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା ଅଭିଯୋଗ । ଚଢ଼ାଉ ପରେ ସମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଲା ବିଭାଗ ।

Related Posts