ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ: ବାଲେଶ୍ୱରରୁ ଜଣେ ବେପାରୀଙ୍କ ନିକଟରୁ ୧ କେଜି ୩୮୦ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଜଣେ ବେପାରୀକୁ ଗିରଫ କରିଛି ଏସଟିଏଫ। ପ୍ରାୟ ୧ କେଜି ୩୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୫ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବାଲେଶ୍ୱର ସହଦେବଖୁଣ୍ଟା ଅରଡ଼ା ବଜାର ମସ୍‌ଜିଦ୍‌ ଗଳିରେ ରହି ଦୀର୍ଘଦିନ ହେବ ବ୍ରାଉନ୍‌ସୁଗାର କାରବାର୍‌ ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା ଏସ୍‌ଟିଏଫ୍‌ । ଶେଷରେ ଏସ୍‌ଟିଏଫ ବାଲେଶ୍ୱର ପୋଲିସ ସହାୟତାରେ ଚଢାଉ କରିଥିଲା । ଅରଡ଼ାବଜାର ରେଲଓ୍ୱ ଲେବଲ କ୍ରସିଂ ନିକଟରୁ ସେଖ୍‌ ରଫିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଯାହାର ମୂଲ୍ୟ ୧ କୋଟି ୩୫ ଲକ୍ଷରୁ ଅଧିକ ହେବ ବୋଲି ସୂଚନା । ଗିରଫ ରଫିକ୍‌ଙ୍କ ଘର ପଶ୍ଚିମବଙ୍ଗ ପଞ୍ଚକୁଲା ଅଞ୍ଚଳର ବୋଲି ଜଣାପଡିଛି ।

Related Posts