ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ କୌଣସି ପ୍ରମାଣ ଦେଇପାରିନଥିବାରୁ ଅଭିଯୋଗକାରୀଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲାଗୁ କଲେ କୋର୍ଟ । ସେପଟେ ଅଭିଯୋଗ ଆଣିଥିଲେ ମଧ୍ୟ ଆଇନଜୀବୀ ନୀରଜ କୌଣସି ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି। ଏଥିପାଇଁ ପୂରା ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ଲୋକାୟୁକ୍ତ ଆଇନଜୀବୀ ନୀରଜଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।ସତ୍ୟେନ୍ଦ୍ର ଜୈନ ବେଆଇନ ସମ୍ପତ୍ତି ରଖିଥିବା ୨୦୧୭ରେ ଆଇନଜୀବୀ ନୀରଜ ଅଭିଯୋଗ କରିଥିଲେ। ଏହାପରେ ସେ ଦିଲ୍ଲୀ ଲୋକାୟୁକ୍ତଙ୍କ ଆଗରେ ହାଜର ହୋଇଥିଲେ। ତେବେ ଯାଞ୍ଚ ବେଳେ ଅଭଯୋଗକାରୀ କୌଣସି ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି। ଏଥିପାଇଁ ତାଙ୍କ ଉପରେ ଫାଇନ ଲାଗୁ କରାଯାଇଥିବା ଆମ ଆଦମୀ ପାର୍ଟିର ମୁଖ୍ୟ ମୁଖପାତ୍ର ସୌରଭ ଭରଦ୍ୱାଜ ସୂଚନା ଦେଇଛନ୍ତି।
ସେପଟେ ସେ କହିଛନ୍ତି, “ଲୋକାୟୁକ୍ତ ଅଭିଯୋଗକାରୀଙ୍କ ଉପରେ ୫୦ ହଜାର ଟଙ୍କା ଫାଇନ ଲଗାଇ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ନିୟମିତ ଭାବେ ଅଭିଯୋଗ କରାଯାଉଛି। କିନ୍ତୁ ଏହି ଅଭିଯୋଗ ଗୁଡ଼ିକର ପ୍ରମାଣ ଉପସ୍ଥାପନ କରାଯାଉନି। କେବଳ ଅଭିଯୋଗ ଆଣିଲେ ହେବନାହିଁ। ଏହାକୁ ପ୍ରମାଣିତ କରିବା ପାଇଁ ଉପଯୁକ୍ତ ଦସ୍ତାବିଜର ଆବଶ୍ୟକ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।
