ଆଜିଠୁ ସ୍ଵାଭାବିକ ହେବ ସମ୍ବଲପୁରରେ କୋର୍ଟ କାର୍ଯ୍ୟ

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ଯୋଗୁଁ ସମ୍ବଲପୁରର କୋର୍ଟ କଚେରିରେ ଗତ ଡିସେମ୍ବର ୭ ତାରିଖରୁ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ। ମଙ୍ଗଳବାର ଜାନୁୟାରୀ ୩ ତାରିଖରୁ ସମ୍ବଲପୁରରେ ସମସ୍ତ ଅଦାଲତି କାର୍ଯ୍ୟ ସ୍ବାଭାବିକ ହେବ। ମଙ୍ଗଳବାରଠାରୁ ସମ୍ବଲପୁର ଓକିଲ ସଂଘର ସମସ୍ତ ସଦସ୍ୟ ଆନ୍ଦୋଳନରୁ ଓହରି ଆନୁଷ୍ଠାନିକଭାବେ କାର୍ଯ୍ୟରେ ଯୋଗଦେବେ ବୋଲି ବାର୍‌ ପକ୍ଷରୁ କହାଯାଇଛି। ଫଳରେ ଦୀର୍ଘ ୨୭ ଦିନ ଧରି କୋର୍ଟରେ ଜାରି ରହିଥିବା ଅଚଳାବସ୍ଥା ଦୁର ହେବାକୁ ଯାଉଛି।

ତେବେ ସଂଘର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ଦାଶଙ୍କ ସୂଚନାନୁସାରେ, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ଜେଲ୍‌ ଭିତରୁ ସଦସ୍ୟମାନେ କୋର୍ଟ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ସେ ଜେଲ୍‌ରୁ ଏ ସଂପର୍କିତ ଏକ ପତ୍ର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ ପଠାଇଛନ୍ତି। ଉକ୍ତ ଚିଠିକୁ ପଢ଼ିବା ପରେ ସମସ୍ତ ସଦସ୍ୟ ଏହାକୁ ଗ୍ରହଣ କରିଛନ୍ତି। ତେଣୁ, ଆଜିଠୁ ଅର୍ଥାତ୍ ମଙ୍ଗଳବାରଠୁ ସମସ୍ତେ କାର୍ଯ୍ୟରେ ସ୍ବାଭାବିକଭାବେ ଯୋଗ‌ଦେବେ ବୋଲି ଶ୍ରୀ ଦାଶ କହିଛନ୍ତି।

Related Posts