କୋଭିଡ୍ ର ନୂତନ ଭାରିଏଣ୍ଟ ବିରୋଧରେ କୋଭାକ୍ସିନ ଓ କୋଭିସିଲ୍ଡର ମିକ୍ସ ଡୋଜ୍‌ ଅଧିକ ପ୍ରଭାବଶାଳୀ : ଆଇସିଏମ୍ଆର ଷ୍ଟଡି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସାରା ଦେଶରେ ଏବେ ବି କରୋନାର ପ୍ରକୋପ ଜାରି ରହିଛି। ଦିନକୁ ଦିନ ନୂଆ ଭାରିଏଣ୍ଟ ଆସୁଛି । ଏହା ମଧ୍ୟରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଭାରତରେ ବହୁଳ ମାତ୍ରାରେ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଦିଆଯାଉଛି। ତେବେ ଯେଉଁ ବ୍ୟକ୍ତି କୋଭାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ସେ ନିୟମିତ ସମୟରେ ଏହାର ଦ୍ବିତୀୟ ଡୋଜ୍ ମଧ୍ୟ ନେଉଛନ୍ତି। ଏହା ମଧ୍ୟରେ ଦୁଇଟି ଭିନ୍ନ ଭିନ୍ନ ଟିକାକୁ ମିକ୍ସ୍ କରି ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ କରୋନା ରୋଗୀଙ୍କ ଠାରେ ମିକ୍ସ ଡୋଜ ଅଧିକ ଫଳପ୍ରଦ ହେଉଛି। ଭାରତ ବାୟୋଟେକ ନିର୍ମିତ ଟିକା କୋଭାକ୍ସିନ୍‌ ଏବଂ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ କୋଭିସିଲ୍ଡର ମିକ୍ସ ଡୋଜ କରୋନାରୁ ଅଧିକ ସୁରକ୍ଷିତ ଦେଉଛି। ମିସ୍କ ଡୋଜ ଦେହରେ ଆଣ୍ଟିବଡିକୁ ବୃଦ୍ଧି କରିପାରିବ ବୋଲି ଆଇସିଏମ୍‌ଆର୍ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ଆଇସିଏମ୍‌ଆର୍‌ କହିଛି ଯେ, ଭାରତରେ ନିର୍ମିତ କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ର ମିକ୍ସ ଡୋଜକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏହାର ଭଲ ପରିଣାମ ସାମ୍ନାକୁ ଆସିଛି। ଟିକାର ଦୁଇଟି ଡୋଜରେ କୋଭିସିଲ୍ଡର ଗୋଟିଏ ଏବଂ କୋଭାକ୍ସିନର ଗୋଟିଏ ଡୋଜ୍‌ କେବଳ ନିରାପଦ ନୁହେଁ, ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ବୋଲି ଆଇସିଏମ୍ଆର୍ ଦାବି କରିଛି। ଜୁଲାଇ ୩୦ରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଏକ ବିଶେଷଜ୍ଞ ପ୍ୟାନେଲ୍ ଜୁଲାଇରେ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକାର ମିକ୍ସ ଡୋଜ୍ ଉପରେ ରିସର୍ଚ୍ଚ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷଜ୍ଞ କମିଟି, ବିସ୍ତୃତ ବିଚାର ବିମର୍ଶ ପରେ, ଚତୁର୍ଥ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ CMC, ଭେଲୋରକୁ ସୁପାରିଶ କକରିଥିଲା । ଏହି ଟ୍ରାଏଲରେ ୩୦୦ ସ୍ୱେଚ୍ଛାସେବୀ ଅନ୍ତର୍ଭୁକ୍ତ ଥିଲେ । ସୂଚନାଯୋଗ୍ୟ ଯେ ଭାରତର ଟିକାକରଣ ପ୍ରଟୋକଲ ମୁତାବକ ଯେଉଁ କମ୍ପାନୀର ଟିକା ପ୍ରଥମ ଡୋଜରେ ନିଆଯାଇଥିବ, ଦ୍ୱିତୀୟ ଡୋଜ୍ ମଧ୍ୟ ସେହି କମ୍ପାନୀର ଟିକା ନେବାକୁ ପରାମର୍ଶ ଦିଆଯାଇଛି।

କୋଭିଡ ଟିକାର ମିକ୍ସ ଡୋଜ୍ ଉପରେ WHO କ’ଣ କହିଛି ?

ଚଳିତ ବର୍ଷ ଜୁଲାଇରେ, WHO ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ ବିଭିନ୍ନ ଉତ୍ପାଦକଙ୍କ ଠାରୁ କୋଭିଡ୍ -19 ଟିକା ମିଶ୍ରଣ ସମ୍ପର୍କରେ କୌଣସି ତଥ୍ୟ ନଥିବାରୁ ଏହାକୁ ବିପଦଜନକ ବୋଲି କହିଥିଲେ। ସେ କହିଛନ୍ତି, ” ଆମେ ମିକ୍ସ-ମ୍ୟାଚ୍ ସମ୍ପର୍କରେ ସେତେଟା ତଥ୍ୟ ନାହିଁ। ମିଶ୍ରଣ ଏବଂ ମ୍ୟାଚ୍ ଉପରେ ଆମ ମାନଙ୍କ ପାଖରେ ସୀମିତ ତଥ୍ୟ ଅଛି।

Related Posts