ଇଡିର ସାଙ୍ଘାତିକ ଅଭିଯୋଗ; ଜାମିନ ପାଇଁ ଜେଲରେ ଆମ୍ବ ଓ ମିଠା ଖାଉଛନ୍ତି କେଜିୱାଲ

ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ):  ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଡାକ୍ତରୀ ଜାମିନ ପାଇଁ ଆଧାର ପ୍ରସ୍ତୁତ କରିବା ଲାଗି ପ୍ରତିଦିନ ଆମ୍ବ, ଆଳୁପୁରୀ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର କୋର୍ଟଙ୍କୁ କହିଛି। ମଧୁମେହ ରୋଗୀ କେଜ୍ରିଵାଲ ଡାକ୍ତରଙ୍କ ପରାମର୍ଶ ଲୋଡ଼ି କରିଥିବା ଆବେଦନର ଶୁଣାଣି ବେଳେ ଇଡି ଏହି ଦାବି କରିଛି। ଏହାପରେ ଅରବିନ୍ଦ କେଜ୍ରିଵାଲ ଖାଉଥିବା ଖାଦ୍ୟର ରିପୋର୍ଟ ଦାଖଲ କରିବାକୁ କୋର୍ଟ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। କୋର୍ଟ କେଜ୍ରିୱାଲଙ୍କ ଓକିଲଙ୍କୁ ମଧ୍ୟ ଟାଇପ୍ ୨ ଡାଇବେଟିସ୍ ଥିବା ଆପ୍ ସୁପ୍ରିମୋଙ୍କୁ ଦିଆଯାଇଥିବା ଖାଦ୍ୟର ବିବରଣୀ ଦାଖଲ କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ଆପ୍‌ ଇଡିର ଦାବିକୁ ଖଣ୍ଡନ କରିବା ସହ କେଜ୍ରିୱାଲଙ୍କୁ ଜେଲ୍‌ରେ ହତ୍ୟା କରିବାକୁ ଷଡ଼୍‌ଯନ୍ତ୍ର ହେଉଛି ବୋଲି କହିଛି।

ଆଜି ଶୁଣାଣି ସମୟରେ ଇଡି ଦାବି କରିଛି ଯେ କେଜ୍ରିଵାଲଙ୍କୁ ଘରେ ରନ୍ଧା ଖାଦ୍ୟ ଖାଇବାକୁ ଅନୁମତି ଦିଆଯାଇଛି, କିନ୍ତୁ ଡାକ୍ତରୀ କାରଣରୁ ଜାମିନ ପାଇଁ ଆଧାର ପ୍ରସ୍ତୁତ କରିବାକୁ ସେ ଅଧିକ ଚିନିଯୁକ୍ତ ଖାଦ୍ୟ ଖାଉଛନ୍ତି। ଇଡିର ପ୍ରତିନିଧିତ୍ୱ କରୁଥିବା ଓକିଲ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ମଧୁମେହ ମେଲିଟସ୍ ଟାଇପ-୨ ରୋଗୀ ହୋଇଥିଲେ ମଧ୍ୟ ନିୟମିତ ଭାବେ ଚିନି, କଦଳୀ, ମିଠା, ପୁରୀ, ଆଳୁ, ମିଠା ଚା ଭଳି ଜିନିଷ ଖାଉଛନ୍ତି ଏବଂ ଭଲ ଭାବେ ଜାଣିଛନ୍ତି ଯେ ଏଭଳି ଜିନିଷ ସେବନ କଲେ ରକ୍ତରେ ଶର୍କରା ବୃଦ୍ଧି ପାଇଥାଏ। କେଜ୍ରିୱାଲଙ୍କ ମେଡିକାଲ ରିପୋର୍ଟକୁ ଉଦାହରଣ ଦେଇ ଇଡି କହିଛି ଯେ ଏପ୍ରିଲ ୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରକ୍ତଶର୍କରା ସ୍ତର ୧୩୯ ମିଲିଗ୍ରାମ/ଡିଏଲ ଥିଲା। ଏପ୍ରିଲ ୧୪ ସକାଳେ ଏହା ୨୭୬ ମିଗ୍ରା/ଡିଏଲ ରେକର୍ଡ କରାଯାଇଥିଲା ଏହାପରେ କୋର୍ଟ କେଜ୍ରିୱାଲଙ୍କ ନିର୍ଦ୍ଧାରିତ ଖାଦ୍ୟର ତାଲିକା ଏବଂ ସେ ଜେଲରେ ଖାଉଥିବା ଖାଦ୍ୟର ବିବରଣୀ ମାଗିଛନ୍ତି। ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ

Related Posts