ଗଞ୍ଜାମରେ କୋଭିଡ଼୍ କେୟାରରେ କଳଙ୍କିତ ଘଟଣା ।

ରାଜ୍ୟ ପ୍ରଶାସନରେ କୋଭିଡ଼ କେୟାର ସଫଳତାର ବାପା ଦୁଇ ଜଣ । ବିଫଳତାର ବାପା ବାକି ସାଢେ ୪ କୋଟି ଓଡ଼ିଆ । ଗଞ୍ଜାମରେ ହାର ମାନିଲା ମୋ ସରକାର । କୋଭିଡ଼ କେୟାର ସେଣ୍ଟରରେ ଛାତିଥରା କାହାଣୀ । ପଜେଟିଭ୍ ପେସେଣ୍ଟ ଜଣେ ହେଲେ ଅନ୍ୟ ଜଣଙ୍କୁ ଦିଆହେଲା ଚିତ୍କିସା । ସମାନ ନାଁ ଦମୟନ୍ତୀ ପଣ୍ଡାଙ୍କ ବଦଳରେ ଦମୟନ୍ତୀ ସାହୁଙ୍କୁ ଦିଆଗଲା କୋଭିଡ଼୍ ଚିତ୍କିସା । ଭୁଲ ଚିତ୍କିସା ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । କୋଭିଡ଼ ହସ୍ପିଟାଲରେ ଗୁରୁତର ଦାୟିତ୍ୱ ହୀନତାର ଅଭିଯୋଗ ଆଣିଲେ ପରିବାର ଲୋକ । ଚିକିିତ୍ସା ରେ ଅବହେଳା ଅଭିଯୋଗ ନେଇ ଥାନାରେ ଦାୟର ହେଲା ମାମଲା । ଦୋଷ ଖସେଇବା ପାଇଁ ପ୍ରେସ୍‌କ୍ରିପ୍‌ସନରେ କଟାଛଟା । ଜିଲ୍ଲାପାଳ ଠାରୁ ହସ୍ପିଟାଲ କର୍ତ୍ତୁପକ୍ଷ ସମସ୍ତେ ଚୁପ୍ । କୋଭିଡ଼ ଚିକିତ୍ସା ଅବହେଳା ଯୋଗୁଁ ଗୋଟିଏ ପରେ ଗୋଟିଏ ମୃତ୍ୟୁ ଘଟଣା ପରେ ବି ପ୍ରଶାସନ ନୀରବ ।

Related Posts