ଭାରତ ଯୋଡୋ ଯାତ୍ରା ବନ୍ଦ୍ କରିବାକୁ କୋଭିଡ କଟକଣା ଏକ ବାହାନା: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନରେ ଭାରତ ଯୋଡୋ ଯାତ୍ରା ଶେଷ ହେବାପରେ ବୁଧବାର ହରିୟାଣାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ପଦଯାତ୍ରା ପ୍ରବେଶ କରିଛି। ତେବେ ହରିୟାଣାରେ ଯାତ୍ରା ଚାଲିଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ହରିୟାଣାର ନୁହରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ତାଙ୍କୁ ଲେଖିଥିବା ଚିଠି ଉପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯାତ୍ରାକୁ ବନ୍ଦ କରିବା ପାଇଁ ମୋତେ ଏକ ଚିଠି ଲେଖାଯାଇଛି, କୋଭିଡ ଆସୁଛି, ଭାରତ ଯୋଡୋ ଯାତ୍ରା ଯାତ୍ରା ବନ୍ଦ କର। କିନ୍ତୁ ପ୍ରକୃତରେ ଯାତ୍ରା ବନ୍ଦ କରିବା ପାଇଁ କୋଭିଡ କଟକଣା କେନ୍ଦ୍ର ସରକାରଙ୍କର ଏକ ବାହାନା। ଯେତେ ଚେଷ୍ଟା କଲେ ମଧ୍ୟ ଆମେ ଭାଙ୍ଗି ପଡିବୁ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ତେବେ ସୂଚନାଯୋଗ୍ୟ ଯେ, ତେବେ ବାହାର ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଯାତ୍ରା ସମୟରେ କରୋନା ନିୟମ ମାନ, ନଚେତ ଭାରତ ଯୋଡୋ ଯାତ୍ରା ବନ୍ଦ କର ବୋଲି ଅପିଲ କରିଛନ୍ତ। ସାରା ବିଶ୍ୱରେ ପୁଣିଥରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥିପାଇଁ କରୋନା ନିୟମ ମାନିବାକୁ ରାହୁଲଙ୍କୁ ଚିଠି ଲେଖି ଅପିଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।

ସୂଚନାଯୋଗ୍ୟ,ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ରାଜସ୍ଥାନରୁ ଏବେ ହରିୟାଣାରେ ପହଞ୍ଚିଛି। ଏହି ଯାତ୍ରା ଆସନ୍ତା ୨୩ ତାରିଖ ଯାଏ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳ ଦେଇ ଗତି କରିବ।

Related Posts