ରାଜ୍ୟରେ କରୋନା ର ନୂଆ ଷ୍ଟ୍ରେନ!ବଢୁଛି ଶିଶୁଙ୍କ ସଂକ୍ରମଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶର ; ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ରେ ବର୍ତ୍ତମାନ ଶିଶୁ ସଂକ୍ରମିତ ହେଉଛନ୍ତି । ବ୍ରହ୍ମପୁର ଏମକେସିଜି   ହସ୍ପିଟାଲରେ ୧୫ ଦିନର ଶିଶୁର କରୋନା ରେ ମୃତ୍ୟୁ ଘଟିଥିବା ବେଳେ  ଆଉ ଜଣେ ୧୭ ଦିନର ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଏହୁ ଦୁଇ ଶିଶୁଙ୍କ ମା ଓ ବାପା କୋଭିଡ ରିପୋର୍ଟ ନେଗେଟିଭ୍ ରହିଛି । କିନ୍ତୁ ନବଜାତ ଶିଶୁ କିଭଳି କରୋନା ସଂକ୍ରମିତ ହେଲେ  ତାହାକୁ ନେଇ ଆଲୋଡନ ସୃଷ୍ଟି ହେଉଛି । ଶିଶୁର ନିଶ୍ୱାସ ନେବାରେ କଷ୍ଟ ହେବାରୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲର ଶିଶୁ ବିଭାଗରେ ଆଡମିଟ୍ କରାଯାଇଥିଲା  । ଶିଶୁ ବିଭାଗର ମୁଖ୍ୟ ଡ . ସୁନିଲ ଅଗ୍ରଓାଲ ସେ ଶିଶୁଟିର ଆଣ୍ଟିଜେନ ପରିକ୍ଷା କରିବାରୁ ରିପାର୍ଟ ପଜିଟିଭ୍ ଆସିବାରୁ ଶିଶୁଟିର ମା ଓ ବାପାଙ୍କର  ବି କେଭିଡ ଟେଷ୍ଟ କରାଯାଇଥିଲା ।କିନ୍ତୁ ସେମାନଙ୍କର ରିପୋର୍ଟ  ନେଗେଟିଭ୍ ଆସିଥିଲା । କୋଭିଡ  ସଂକ୍ରମିତ ଶିଶୁକୁ ଏସ୍ଏନ୍ସିୟୁର କୋଭିଡ କର୍ନରରେ ଚିକିତ୍ସା କରାଯାଉଥିଲା । ଗତକାଲି ଶଶୁଟିର ଅପରାହ୍ନରେ ମୃତ୍ୟୁ ଘଟିଥିବା  ଡ . ଅଗ୍ରଓାଲ କହିଛନ୍ତି ।  ସେହିପରି  ୧୬ ଦିନ ତଳେ ଜନ୍ମ ହୋଇଥିବା ଶିଶୁଟି ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଏମକେସିଜି ଶିଶୁ ବିଭାଗରେ ଅଡମିଟ୍ କରାଯାଇଥିଲା । ଶିଶୁଟିର  ଅଣ୍ଟିଜେନ ଟେଷ୍ଟ କରିବାରୁ ରିପାର୍ଟ ପଜିଟିଭ୍ ଆସିଥିଲା ତେବେ ମା ଓ ବାପାଙ୍କର ରିପୋର୍ଟ ନେଗେଟିଭ୍  ଥିବ ନେଇ ଡ. ସୁନିଲ ଅଗ୍ରଓାଲ ସୂଚନା ଦେଇଛନ୍ତ । ଶିଶର ସ୍ୱାସ୍ଥ୍ୟ  ଗୁରୁତର ହେବାରୁ  ହସ୍ପିଟାଲର ଉତ୍ସର୍ଗୀକୃତ କେଭିଡ୍ ହସ୍ପିଟାଲ-୧ରେ ଚିକିତ୍ସା ଚାଲିଥିବା ନେଇ ଡ . ଅଗ୍ରଓାଲ କହିଛନ୍ତି ।

Related Posts